ବରଗଡ଼ରେ ଆଇଟିର ବଡ଼ ଚଢ଼ାଉ । ଏସିଏ ଓମ୍ ପାନସାରିଙ୍କ ଫାର୍ମ ଓ ଘରରେ ଚଢାଉ କରାଯାଉଛି । ଏକକାଳୀନ ୮୦ଟି ସ୍ଥାନରେ ଆଇଟି ଚଢାଉ କରାଯାଉଛି । କେନ୍ଦ୍ରୀୟ ଆୟକର ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି । ସଁୟାସ୍ଥିତ ବାଲଗୋପାଳ ଅଏଲ୍ ମିଲରେ ବି ରେଡ୍ ହୋଇଛି । ଲିଙ୍କରେ ଥିବା ସିଏ ଓ ଅନ୍ୟାନ୍ୟ ସ୍ଥାନରେ ଚଢାଉ ଚାଳିଛି ।
ବରଗଡ଼ ସଦର ଥାନା ଅନ୍ତର୍ଗତ ସଁୟା ସ୍ଥିତ ବାଲଗୋପାଲ ଅଏଲ ମିଲକୁ ପ୍ରଥମେ କେନ୍ଦ୍ରୀୟ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଉକ୍ତ ମିଲର ଚାଟେର୍ଡ ଆକାଉଣ୍ଟାଣ୍ଟ ଓମ ପଂନସାରିଙ୍କ ଘର ଓ ଅଫିସରେ ଚଢ଼ାଉ ଜାରି ଥିବାବେଳେ ଅନେକ ବ୍ୟବସାୟୀ ଆୟକର ନଦେଇ ଫାଙ୍କୁ ଥିବାରୁ ଏହି ଚଢ଼ାଉ ଜାରି ରହିଛି ।
ଏଥିରେ ବଡ଼ ବଡ଼ ମିଲର୍ସ, ବ୍ୟବସାୟୀ ,ବିଲଡର୍ସ ଓ କଣ୍ଟ୍ରାକ୍ଟର ଥିବାର ସୂଚନା ରହିଛି । ଆଜି ବଡ଼ି ଭୋରରୁ ଜିଲ୍ଲାର 80 ଟି ସ୍ଥାନରେ କେନ୍ଦ୍ରୀୟ ଟିମ ଦ୍ୱାରା ଏହି ବଡ଼ ଧରଣର ଚଢ଼ାଉ ଜାରି ରହିଥିବାବେଳେ ବରଗଡ କାଳୀମନ୍ଦିର ନିକଟସ୍ଥ ଗଜlନନ କମ୍ପ୍ଲେକ୍ସର ଅନିଲ ଅଗ୍ରୱାଲଙ୍କ ଏସଏସ ଇନଫ୍ରା ସଲ୍ୟୁସନ ଅଫିସ ଓ ଘରେ ରେଡ୍ ଜାରି ରହିଛି l