ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିମ୍ବାସୁର ବଧ ନୀତି ଅନୁଷ୍ଠିତ ହେବ | ଆଜି ସଂଧ୍ୟାଧୂପ ପରେ ମଦନମୋହନ ଖଟଶେଜ ଉପରେ ବିଜେ ହେବା ପରେ ସେଠାରେ ବିମ୍ବାସୁର ବଧ ନୀତି ଅନୁଷ୍ଠିତ ହେବ | ଶ୍ରୀକୃଷ୍ଣ ବିମ୍ବାସୁରକୁ ବଧ କରିବା ପରେ ଶୀତଳ ଭୋଗ ହୋଇ ଠାକୁର ମାନେ ଦକ୍ଷିଣ ଘରକୁ ବିଜେ କରିବେ | ଶ୍ରୀକୃଷ୍ଣ ଲୀଳାର ବିମ୍ବାସୁର ବଧ ଆଉ ଏକ ଅଧ୍ୟାୟ |
ବିମ୍ବାସୁର ରାକ୍ଷସକୁ ମହାରାଜ କଂସ ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବାକୁ ପଠାଇଥିଲେ | କିନ୍ତୁ ଯୁଦ୍ଧ ବେଳେ ଭଗବାନ ଶ୍ରୀକୃଷ୍ଣ ମୁଷ୍ଟି ପ୍ରହାର କରି ତାକୁ ହତ୍ୟା କରିଥିଲେ | ମାର୍କଣ୍ଡେସ୍ୱର ସାହି ପକ୍ଷରୁ ଏହି ପ୍ରସ୍ତାବ କରାଯିବ |