ସାରା ଦେଶରେ କରୋନା ସଂକ୍ରମଣ ବଢ଼ିବାରୁ ଗୁଜୁରାଟର ୪ଟି ସହରରେ ନାଇଟ କର୍ଫ୍ୟୁ ଅବଧି ବଢ଼ିଛି । ଅହମଦାବାଦ, ସୁରଟ, ବଡ଼ୋଦରା ଏବଂ ରାଜକୋଟରେ ନାଇଟ କର୍ଫ୍ୟୁ ଅବଧି ବଢ଼ାଯାଇଛି। ପୂର୍ବରୁ ଏହି ୪ଟି ସହରରେ ରାତି ୧୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ କରାଯାଇଥିବା ବେଳେ ଏବେ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ହେବ। ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ନେତୃତ୍ୱରେ କରୋନାଭାଇରସ୍ ଟାସ୍କଫୋର୍ସର କୋର କମିଟି ବୈଠକରେ ମଙ୍ଗଳବାର ଏହି ନିଷ୍ପତ୍ତି ନିଆଯାଇଛି। ନାଇଟ କର୍ଫ୍ୟୁ ପରେ ମଧ୍ୟ ସଂକ୍ରମଣ ନିୟନ୍ତ୍ରଣକୁ ନଆସିବାରୁ ଏବେ ଏହାର ଅବଧି ବଢ଼ାଇଛନ୍ତି ଗୁଜୁରାଟ ସରକାର। ଏହା ମଧ୍ୟରେ ଗୁଜୁରାଟ ସରକାର ମଙ୍ଗଳବାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଏଥିରେ ଅହମ୍ମଦାବାଦ, ବଦୋଦରା, ସୁରଟ ଓ ରାଜକୋଟରେ ମାର୍ଚ୍ଚ ୩୧ ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ ହେବା ନେଇ ନିର୍ଦ୍ଦେଶ ଦିଆଯାଇଛି । ନାଇଟ୍ କର୍ଫ୍ୟୁ ୧୭ ତାରିଖରୁ ଲାଗୁ ହେବ । କେବଳ ଅତ୍ୟାବଶ୍ୟକ ସେବା ହିଁ ଚାଲୁ ରହିବ ।ଗୁଜୁରାଟର ମନ୍ତ୍ରୀ ଈଶ୍ୱର ପଟେଲ ମଧ୍ୟ କୋଭିଡ୍ ଆକ୍ରାନ୍ତ ହୋଇଛନ୍ତି । ଦୁଇ ଦିନ ପୂର୍ବରୁ ତାଙ୍କଠାରେ ଲକ୍ଷଣ ଦେଖିବାକୁ ମିଳିଥିଲା । ଏହାପରେ ସେ ଟେଷ୍ଟ୍ କରିଥିଲେ । ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା । ଯେତେବେଳେ ତାଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଯାଇଥିଲା ସେ ଟିକାର ପ୍ରଥମ ଡୋଜ୍ ନେଇଥିଲେ । ଏବେ ତାଙ୍କୁ ଅହମ୍ମଦାବାଦର ସଂଯୁକ୍ତ ରାଷ୍ଟ୍ର ମେହେଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।