ଦୁଇ ଦଶନ୍ଧି ଧରି କ୍ଷମତାସୀନ ବିଜେଡି ପଶ୍ଚିମାଓଡିଶାରେ ୨୦୧୭ ପଞ୍ଚାୟତ ନିର୍ବାଚନରେ କରିଥିବା ଖରାପ ପ୍ରଦର୍ଶନକୁ ପୁଣିଥରେ ଦୋହରାଇବାକୁ ଚାହୁନି । ଖାସ୍ ସେଥିପାଇଁ ବିଜେଡି ସରକାର ଏବେ ପଶ୍ଚିମାଓଡିଶା ଉପରେ ଧ୍ୟାନକେନ୍ଦ୍ରିତ କରିଛନ୍ତି । ଚଳିତ ମାସ ୧୪ତାରିଖରେ କଳାହାଣ୍ଡି ଜିଲ୍ଲାରେ ମେଗା ଇଭେଣ୍ଟ ଆୟୋଜନ କରି ପ୍ରାୟ ୨ହଜାରରୁ ଅଧିକ କୋଟି ଟଙ୍କାର ଶତାଧିକ ପ୍ରକଳ୍ପକୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାର୍ପଣ ଓ ଶିଳାନ୍ୟାସ କରିଥିବା ବିଜେଡି ଆସନ୍ତା ଦ୍ୱିତୀୟ ସପ୍ତାହରେ ସୁନ୍ଦରଗଡ ଜିଲ୍ଲାରେ ଅନୁରୂପ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରଦାର କରାଯିବାର ଜଣାପଡିଛି ।