ନୂଆଦିଲ୍ଲୀ : ଭାରତରେ କରୋନା ବିରୋଧୀ ଲଢେଇ ଜାରି ରହିଛି। ଦେଶରେ ଏବେ ସବୁଠୁ ବଡ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ବିଶ୍ଵରେ କରୋନା ଟିକାକରଣ କରିବା ମାମଲାରେ ଭାରତ ବ୍ରିଟେନକୁ ପଛରେ ପକାଇ ଦ୍ଵିତୀୟ ସ୍ଥାନରେ ରହିଛି। ଭାରତରେ ୨.୯୭୪ କୋଟି ଲୋକଙ୍କୁ ଟିକା ଦିଆସରିଛି। ତେବେ ଆମେରିକା ଟିକାକରଣ ମାମଲାରେ ପ୍ରଥମ ସ୍ଥାନରେ ରହିଛି। କେନ୍ଦ୍ର ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି।କରୋନା ସଂକ୍ରମଣ ମାମଲା ଏବେ ସୁଦ୍ଧା ଜାରି ରହିଛି। ଏଥିପାଇଁ ତୀବ୍ର ଗତିରେ ଟିକାକରଣ କରାଯାଉଛି। ଦେଶରେ ପ୍ରତି ଦିନ ୧୨.୬ ଲକ୍ଷ ଲୋକଙ୍କୁ କରୋନା ଭ୍ୟାକ୍ସିନ ଦିଆଯାଉଛି। କରୋନା ସଂକ୍ରମଣ ଚେନକୁ ଭାଙ୍ଗିବାକୁ ଟିକାକରଣ ସହ ବିଭିନ୍ନ କଟକଣା ଲଗାଯାଉଛି। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ସାରା ଦେଶରେ ଶନିବାର ସୁଦ୍ଧା ୨,୯୭,୩୮,୪୦୯ କୋଟି ଲୋକଙ୍କୁ କରୋନା ଟିକା ଦିଆ ସରିଛି। ସେମାନଙ୍କ ମଧ୍ୟରୁ ୨,୪୩୧ କୋଟି ଲୋକଙ୍କୁ କରୋନାର ପ୍ରଥମ ଭ୍ୟାକ୍ସିନ ଦିଆଯାଇଛି। ତେବେ ରବିବାର ୧୫,୧୯,୯୫୨ ଲୋକଙ୍କୁ କରୋନା ଟିକା ଦିଆଯାଇଛି। ସେହିପରି ଆମେରିକାରେ ଶନିବାର ସୁଦ୍ଧା ୧୦,୧୧୩ କୋଟି ଲୋକଙ୍କୁ କରୋନା ଭ୍ୟାକ୍ସିନ ଦିଆଯାଇଛି। ଏତଦ୍ ବ୍ୟତୀତ ବ୍ରିଟେନରେ ଶନିବାର ସୁଦ୍ଧା ୨.୫୮୭ କୋଟି ଲୋକଙ୍କୁ କରୋନା ଭ୍ୟାକ୍ସିନ ଦିଆଯାଇଛି।