ପ୍ରଥମ ଦିନରେ ବିଡେନ ବଦଳାଇ ଦେଲେ ଟ୍ରମ୍ପଙ୍କ ନିଷ୍ପତ୍ତି
ଆମେରିକାର ୪୬ତମ ରାଷ୍ଟ୍ରପତି ଭାବରେ ଜୋ ବାଇଡେନ୍ କାର୍ଯ୍ୟଭାର ସମ୍ଭାଳିଛନ୍ତି ।ଶପଥ ଗ୍ରହଣ ପରେ ବ୍ରିଡେନ୍ ସିଧା ତାଙ୍କ ଓଭାଲ୍ ଅଫିସକୁ ଯାଇଥିଲେ । ଆଉ ପ୍ରଥମ ଦିନରେ ଆମେରିକାର ୪୫ତମ ରାଷ୍ଟ୍ରପତି ତଥା ଡୋନାଲ୍ଡ ଟ୍ରମ୍ପଙ୍କ ଅନେକ ନିଷ୍ପତ୍ତି ବଦଳାଇଛନ୍ତି । ସାମ୍ବାଦିକମାନଙ୍କ ସହକ଼ଥା ହେବାବେଳେ ତାଙ୍କ ସରକାର ପ୍ରାଥମିକ ଭାବରେ କୋଭିଡ, ଅର୍ଥନୀତି ସକଂଟ ଏବଂ ଜଳବାୟୁ ସଂକଟକୁ ଗୁରୁତ୍ୱ ଦେବ ବୋଲି ସେ କହିଛନ୍ତି ।ତେବେ କରୋନାକୁ ହରାଇବା ପାଇଁ ଆମେରିକା ବାସୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ସେ କହିଥିଲେ । ତେବେ ପ୍ୟାରିସ୍ ଜଳବାୟୁ ଚୁକ୍ତିନାମା ଓ ବିଶ୍ୱସ୍ୱାସ୍ଥ୍ୟ ସଗଂଠନରେ ଆମେରିକା ସରକାର ଓହରିବ ବୋଲି ନିଷ୍ପତ୍ତି ନେଇଥିଲା । ହେଲେ ଏବେ ଆମେରିକା ଏହି ସବୁ ଫୋରମରେ ଯୋଗ ଦେବେ ବୋଲି କହିଛନ୍ତି ।