କଲୋମ୍ବୋ: ଶ୍ରୀଲଙ୍କା ନିଜ ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛି। ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି। କେବଳ ଏତିକି ନୁହେଁ, ଦେଶରେ ଥିବା ମଦ୍ରାସା ଏବଂ ଇସଲାମିକ୍ ସ୍କୁଲଗୁଡ଼ିକୁ ବନ୍ଦ କରିବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଦେଶରେ ବଢୁଥିବା କଠୋରପନ୍ଥୀଙ୍କୁ ଟାର୍ଗେଟ କରି ଏଭଳି ନିଷ୍ପତ୍ତିର ଆବଶ୍ୟକତା ରହିଥିବା ଜନସୁରକ୍ଷା ମନ୍ତ୍ରୀ ଶରଥ ଭୀରାସେଖରା କହିଛନ୍ତି। ମନ୍ତ୍ରୀ ଭୀରାସେଖରା କହିଛନ୍ତି, କ୍ୟାବିନେଟ୍ ସହମତି ଲାଗି ସେ ଏହି ବିଧେୟକ ଉପରେ ଦସ୍ତଖତ କରିଛନ୍ତି। ବିଧେୟକରେ ରାଷ୍ଟ୍ରୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁସଲମାନ ମହିଳାଙ୍କ ସମ୍ପୂର୍ଣ୍ଣ ଚେହେରାକୁ ଢାଙ୍କିବା ଲାଗି ବ୍ୟବହାର କରାଯାଉଥିବା ବୁର୍ଖା ଉପରେ କଟକଣା ଲଗାଇବାକୁ ମଞ୍ଜୁରୀ ଦେବା ଲାଗି ଦାବି କରାଯାଇଛି। କ୍ୟାବିଟେନରେ ଏହାକୁ ଅନୁମୋଦନ କରାଯିବା ପରେ ସଂସଦ ଆଇନରେ ପରିଣତ କରିପାରେ।