ଶ୍ରୀମନ୍ଦିରରରେ ମହାପ୍ରଭୁଙ୍କ ନୀତି ବିଳମ୍ବ ଘଟଣାରେ ସମ୍ପୃକ୍ତ ଶଙ୍ଖମିତ୍ର ସିଂହାରୀଙ୍କ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ସିଂହଦ୍ୱାର ଥାନାରେ ଏନେଇ ଏତଲା ଦେଇଛନ୍ତି ସିଂହାରୀ ସେବକ । ଗର୍ଭଗୃହରେ ତାଙ୍କୁ ଦୁର୍ବ୍ୟବହାର ଓ ଗାଳିଗୁଲଜ ହୋଇଥିବା ସେ ଅଭିଯୋଗ କରିଛନ୍ତି । ଗର୍ଭଗୃହ ଭିତରେ ତାଙ୍କ ବିବାହକୁ ନେଇ ତାଙ୍କୁ ଆକ୍ଷେପ କରାଯିବା ସହିତ, ତାଙ୍କ ଚରିତ୍ର ସଂହାର କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଏଥିସହିତ ସେବା କରାଇ ନଦେବାକୁ ମଧ୍ୟ ତାଙ୍କୁ ଧମକ ମିଳିଥିବା ସେ କହିଛନ୍ତି । ସେବାରୁୁ ତାଙ୍କୁ ବଞ୍ଚିତ କରାଯିବା ଏକ ଷଡଯନ୍ତ୍ର । ପୂଜାପଣ୍ଡା ସେବକଙ୍କ ପାଇଁ ହିଁ ମହାପ୍ରଭୁଙ୍କ ନୀତି ବିଳମ୍ବ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି । ତେଣୁ ଏହି ଘଟଣାର ବିଧିବଦ୍ଧ ତଦନ୍ତ ଦାବି କରିଛନ୍ତି ଶଙ୍ଖମିତ୍ର ସିଂହାରୀ ।