ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଜିଆରଏସ ଏବଂ ପିଅନ l ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ସୁନାରିସିକୁଆଁ ପଞ୍ଚାୟତର ଜିଆରଏସ ପ୍ରାଣବନ୍ଧୁ ଦଣ୍ଡସେନା ସେହି ଗାଁର ହିତାଧିକାରୀ ଙ୍କ ଠାରୁ ଜମି ମରାମତି ବିଲ ପାଇଁ ଦଶ ହଜାର ଟଙ୍କା ଡିମାଣ୍ଡ କରୁଥିଲେ ଏବଂ ପଞ୍ଚାୟତ ଅଫିସ ର ପିଅନ ହାତରେ ଟଙ୍କା ଦେବାକୁ ହିତାଧିକାରୀଙ୍କୁ କହିଥିଲେ l ଶେଷରେ ହିତାଧିକାରୀ ମନୋଜ ମାଝୀ ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ l ଆଜି ହିତାଧିକାରୀ ଜଣଙ୍କ ଦଶ ହଜାର ଟଙ୍କା ପିଅନକୁ ଦେଇଥିଲେ l
ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ ମାଡ଼ି ବସି ଲାଞ୍ଚୁଆ ଜିଆରଏସ ପ୍ରାଣବନ୍ଧୁ ଦଣ୍ଡସେନା ଏବଂ ପିଅନ କମଳାକାନ୍ତ ବୈଠାରୁ କୁ ଗିରଫ କରିଛି l କୋରାପୁଟ ଭିଜିଲାନ୍ସ ଏସ.ପି. ଙ୍କ ନିର୍ଦ୍ଧେଶ କ୍ରମେ କଳାହାଣ୍ଡି ଡି.ଏସ.ପି. ପ୍ରଦୀପ କୁମାର ଆଇଣ୍ଡ ଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଭିଜିଲାନ୍ସ ଟିମ ଜିଆରଏସ ଙ୍କ ପୈତୃକ ଘର ଓ ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ରେ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ।