ଏନ୍ଏନ୍ଏସ ଓଡିଆ,ଆମେରିକା: ଆମେରିକା ହାୱାଇ ଦ୍ୱୀପ ଜଙ୍ଗଲରେ ଲାଗିଛି ଭୟଙ୍କର ନିଆଁ । ଏହି ନିଆଁ କବଳରେ ପଡି ଏଯାଏ ଗଲାଣି ୬୭ ଜୀବନ । ଆଖି ପିଛୁଳାକେ ନିଆଁ ବ୍ୟାପୁଥିବାରୁ ହଜାର ହଜାର ଲୋକ ବାସହୀନ ହୋଇସାରିଲେଣି । ଏଥିସହ କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ପୋଡି ପାଉଁଶ ହୋଇଯାଉଛି । ଆମେରିକାର ହାୱାଇ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ସେଠାକାର ପ୍ରଶାସନ ତରଫରୁ ହେଉଥିବା ସବୁ ଉଦ୍ୟମ ଫେଲ ମାରିଛି । ନିଆଁ ଦ୍ୱାରା କବଳିତ ହୋଇ ଏ ଯାଏ ହଜାରରୁ ଅଧିକ ବଡ ବଡ ବିଲ୍ଡିଂ ଜଳି ଧ୍ୱଂସ ସ୍ତୁପରେ ପରିଣତ ହୋଇ ଯାଉଛି । ଏହି ଭୟଙ୍କର ନିଆଁ ଯୋଗୁଁ ଆମେରିକାର ଲାହୌନା ସହର ଏକ ପ୍ରକାର ନିଶ୍ଚିହ୍ନ ହେବାକୁ ବସିଛି । ଯୁଆଡେ ଦେଖିବ ସିଆଡେ ଖାଲି ଗଦା ଗଦା ପାଉଁଶ ପଡିଛି । ଆଖି ପିଛୁଳାକେ ନିଆଁ ବ୍ୟାପିବାରେ ଲାଗିଥିବାରୁ ଏ ଯାବତ ପ୍ରାୟ ୧୫ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ପ୍ରାକୃତିକ ବିପର୍ଯ୍ୟୟ ପରିସ୍ଥିତିରେ ମୁକାବିଲା କରୁଛି । ଏହାକୁ ପୁଣି ଥରେ ଛିଡା କରିବାକୁ ବର୍ଷ ବର୍ଷ ସମୟ ସହ କୋଟି କୋଟି ଟଙ୍କା ଆବଶ୍ୟକ ।
ଏହି ପ୍ରାକୃତିକ ବିପର୍ୟ୍ୟୟର ମୁକାବିଲା କରିବା ନିମନ୍ତେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସ୍ୱତନ୍ତ୍ର ପାଣ୍ଠିକୁ ଅନୁମୋଦନ କରିଛନ୍ତି। ଏହା ପୂର୍ବରୁ ୧୯୧ ମସିହାରେ ଆସିଥିବା ସୁନାମୀ ଯୋଗୁ ୬୧ ଜୀବନହାନୀ ହୋଇଥିଲା। ମାତ୍ର ଏହା ତା’ଠୁ ବି ବଡ଼ ପ୍ରାକୃତିକ ବିପର୍ୟ୍ୟୟ ବୋଲି ଆମେରିକାବାସୀ କହିଛନ୍ତି।ନିଆଁ କେବେଠୁ ଲାଗିଛି ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଗତ ୮ ତାରିଖରେ ହାୱାଇ ଜଙ୍ଗଲରେ ଲାଗିଥିବା ନିଆଁ କ୍ରମଃଶ ବ୍ୟାପିଥିବା ଅନୁମାନ କରାଯାଉଛି। ଏଥିସହ ସାମୁଦ୍ରିକ ପବନ ଯୋଗୁ ଏହି ନିଆଁ ବ୍ୟାପିବାରେ ଲାଗି ଭୟଙ୍କର ରୂପ ଧାରଣ କରିଛି।