ଏନ୍ଏନ୍ଏସ ଓଡିଆ: ଆଜିଠାରୁ ଆରମ୍ଭ ହେବ ହର ଘର ତ୍ରିରଙ୍ଗା ୨.୦ କାର୍ଯ୍ୟକ୍ରମ । ୭୭ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶର ଦାୟିତ୍ୱବାନ ନାଗରିକ ଭାବରେ ନିଜ ଘରେ ବା ଅଫିସରେ ତ୍ରିରଙ୍ଗା ପତାକାକୁ ସମ୍ମାନ ଦେବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରକାଶ ଯେ, ଗତବର୍ଷ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ସୂଚନା ଅନୁସାରେ, ଆଜିଠାରୁ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ସାରା ଦେଶରେ ହରଘର ତ୍ରିରଙ୍ଗା କ୍ୟାମ୍ପେନ ଜାରି ରହିବ । ନିଜ ଘର ସହିତ ଅଫିସ ଏବଂ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ସାରା ଦେଶରେ ହର ଘର ତ୍ରିରଙ୍ଗା ଉଡାଇବେ ପ୍ରତିଟି ଭାରତୀୟ ।ଦେଶର ଲକ୍ଷେ ୬୦ ହଜାରରୁ ଅଧିକ ପୋଷ୍ଟ ଅଫିସରେ ୨୫ ଟଙ୍କାରେ ମିଳୁଛି ତ୍ରିରଙ୍ଗା । ପ୍ରକାଶ ଯେ, ସାମ୍ବାଧାନିକ ପଦରେ ଥିବା ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟଙ୍କ ଯାନରେ ତ୍ରିରଙ୍ଗା ଲଗାଇବାର ଅନୁମତି ରହିଛି ।