ଏନ୍ଏନ୍ଏସ ଓଡିଆ, ନୂଆଦିଲ୍ଲୀ : ଲୋକସଭାରେ ଆଜି ଅନାସ୍ଥା ପ୍ରସ୍ତାବର ଆଲୋଚନାର ତୃତୀୟ ଦିନ । ଆଜି ଗୃହରେ ଜବାବ ରଖିବେ ପ୍ରଧାନମନ୍ତ୍ରୀ ମୋଦୀ । ଆଜି ପ୍ରଧାନମନ୍ତ୍ରୀ ମୋଦି ଅନାସ୍ଥା ବିତର୍କରେ ସାମିଲ ହେବେ । ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ଜବାବ ରଖିବେ । ତେବେ ପୂର୍ବ ସୂଚନା ଅନୁସାରେ, ମଣିପୁର ପ୍ରସଙ୍ଗରେ ଗୃହରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତ ଦାବି କରି ଜୁଲାଇ ୨୬ରେ ମୋଦି ସରକାର ବିରୋଧରେ ବିରୋଧୀ ଆଣିଥିଲେ ଅନାସ୍ଥା ପ୍ରସ୍ତାବ । ଏହାକୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସ୍ୱୀକାର କରିଥିଲେ । ତେବେ ଗତକାଲି, ଅନାସ୍ଥା ପ୍ରସ୍ଥାବର ଦ୍ୱିତୀୟ ଦିନରେ ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଆକ୍ରମଣ କରିଥିଲେ । ଏହାର ଦୃଢ ଜବାବ ରଖିଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ଅମିତ ଶାହା । ବିଜେପି ମଣିପୁରକୁ ଦୁଇ ଭାଗ କରିଦେଇଥିବା କଂଗ୍ରେସ ନେତା କହିଥିବା ବେଳେ, ମଣିପୁର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଜବାବ ଦେଇଥିଲେ ଇରାନୀ ଏବଂ ବିରୋଧୀ ମେଣ୍ଟର ଇଣ୍ଡିଆ ନାମକୁ ମଧ୍ୟ କଟାକ୍ଷ କରିଥିଲେ । ଶାହା ମଧ୍ୟ ମଣିପୁର ହିଂସାକୁ ନେଇ ରାଜନୀତି ଲଜ୍ଜ୍ୟଜନକ ବୋଲି କହିଥିଲେ ।
ଏହାସହ ଅମିତ୍ ଶାହା ୩ଟି ଅବିଶ୍ୱାସ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ । ଦୁଇଟି ଅବିଶ୍ୱାସ ପ୍ରାସ୍ତାବ କଂଗ୍ରେସ ସରକାର ବିରୋଧରେ ଓ ଗୋଟିଏ ଏନଡିଏ ସରକାର ବିରୋଧରେ । ୧୯୯୩ ଜୁଲାଇ ମାସରେ ନେତୃତ୍ୱରେ କଂଗ୍ରେସର ସରକାର ଥିଲା । ହେଲେ କଂଗ୍ରସର କେବଳ ଗୋଟିଏ ନୀତି ଥିଲା ସରକାରକୁ ଜେଣତେଣ ପ୍ରକାର ରକ୍ଷା ରିବା । ନା ଥିଲା ଦଳର ସିଦ୍ଧାନ୍ତା ନା ଥିଲା ଭୋଟରଙ୍କଦ୍ୱାରା ନିର୍ବାଚିତ ଲୋକପ୍ରତିନିଧିଙ୍କ ପ୍ରତି ସମ୍ମାନ ।
୨୦୦୮ରେ ମନମୋହନ ସିଂଙ୍କ ସରକାର ବିରୋଧରେ ଅନାସ୍ଥା ପ୍ରସ୍ଥାବ ଆସିଥିଲେ ବି କଂଗ୍ରସ ବିରୋଧୀଦଳର ସାଂସଦଙ୍କୁ କୋଟି କୋଟି ଟଙ୍କାରେ କିଣି ଅବିଶ୍ୱାସ ପ୍ରସ୍ତାବ ପାସ୍ କରିଥିଲା । ୧୯୯୮ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଥିବା ବେଳେ କଂଗ୍ରେସ ଏହା ଉପରେ ଅନାସ୍ଥା ପ୍ରସ୍ତାବ ଅଣିଥିଲା । ହେଲେ ବିଜେପି କଂଗ୍ରସ ଭଳି ସାଂସଦ କିଣି ସରକାର ବଞ୍ଚାଇବାକୁ ଚେଷ୍ଟା କରିନଥିଲା । ତେଣୁ ବିରୋଧୀଙ୍କ ଏହି ଅନାସ୍ଥା ପ୍ରସ୍ଥାବ ଯୋଗୁଁ ମୋଦି ସରକାରଙ୍କ ଉପରେ କୌଣସି ସଙ୍କଟ ଆସିବ ନାହିଁ । କାରଣ ଲୋକସଭାରେ ଭାରତୀୟ ଜନତା ପାର୍ଟି ଏବଂ ଏହାର ସହେଯାଗୀ ଦଳ ପାଖରେ ବହୁମତ ରହିଛି । ଗୃହରେ ଅନାସ୍ଥା ପ୍ରସ୍ତାବ ଆସିଲେ ଏହା ଉପରେ ଚର୍ଚ୍ଚା କରାଯାଇଥାଏ । ପ୍ରସ୍ତାବକୁ ସମର୍ଥନ କରୁଥିବା ସାଂସଦମାନେ ସରକାରଙ୍କ ଦୁର୍ବଳତା ବଖାଣିଥାନ୍ତି ଏବଂ ଶାସକ ଦଳ ଉକ୍ତ ପ୍ରସଙ୍ଗରେ ନିଜର ପକ୍ଷ ରଖିଥାଏ । ଶେଷରେ ମତଦାନ ହୋଇଥାଏ ଏବଂ ଯଦି ପ୍ରସ୍ତାବ ସପକ୍ଷରେ ଅଧିକ ଭୋଟ ପଡେ ତାହାଲେ ସରକାର ଭାଙ୍ଗିଯାଏ । କିନ୍ତୁ ମୋଦି ସରକାଙ୍କ କ୍ଷେତ୍ରରେ ସେଭଳି କିଛି ଘଟିନାହିଁ ।