ଏନ୍ଏନ୍ଏସ ଓଡିଆ, ଭୁବନେଶ୍ୱର: ନୂଆ ବର୍ଷ ପୂର୍ବରୁ ୫ଟି ଯୋଜନାରେ କଟକ ଜିଲ୍ଲାରେ ୧୦୦ଟି କଲେଜର ହେବ ରୂପାନ୍ତରଣ ପ୍ରକ୍ରିୟାରେ ସାମିଲ ହେବ । ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ଦେଇ ଆସନ୍ତା ନବ ବର୍ଷ ଆଗରୁ ଜିଲ୍ଲାର ସମସ୍ତ କଲେଜର ରୂପାନ୍ତରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ । କଲେଜ ଗୁଡିକର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଚନାୟକ ୬୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଗତକାଲି ଅର୍ଥାତ୍ ମଙ୍ଗଳବାର କଟକ ଗସ୍ତ ଅବସରରେ ବାଲିଯାତ୍ରା ପଡିଆରେ ଆୟୋଜିତ ହୋଇଥିବା ବୃହତ ଛାତ୍ର ସମାବେଶରେ ଯୋଗ ଦେଇ ଏହା କହିଛନ୍ତି ୫ଟି ସଚିବ ଭି କେ ପାଣ୍ଡିଆନ । ଏଥି ସହ ସେଠାରେ ଜିଲ୍ଲାର ଜୁନିୟର ଓ ଡିଗ୍ରୀ କଲେଜର ଛାତ୍ରଛାତ୍ରୀଙ୍କ ସହ କଥା ହୋଇଛନ୍ତି । ଛାତ୍ର ସମାବେଶକୁ ସମ୍ବୋଧିତ କରି ୫ଟି ସଚିବ କହିଛନ୍ତି, ଜୀବନରେ ସଫଳ ହେବାକୁ ହେଲେ ଆତ୍ମବିଶ୍ୱାସୀ ହେବ ଜରୁରୀ । ତେଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ଦୈନିକ ଅଧଘଣ୍ଟା ଶାରୀରିକ ବ୍ୟାୟାମ କରିବା ସହିତ ଯୋଗ ପ୍ରଣାୟାମ କରିବାକୁ ସେ ପରାମର୍ଶ ଦେଇଛନ୍ତି ।ସେଥିପାଇଁ ଉତ୍ତମ ବନ୍ଧୁ ଚୟନ କରିବା, ଗୁରୁମାନଙ୍କୁ ସମ୍ମାନ ଦେବା, ପିତାମାତାଙ୍କୁ ଭକ୍ତି କରିବା ହେଉଛି ମୂଳ ମନ୍ତ୍ର ।’ ତେବେ କାର୍ୟ୍ୟକ୍ରମରେ ଯୋଗ ଦେବା ଆଗରୁ ସଚିବ ପ୍ରଥମେ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ସହିତ ମତ ବିନିମୟ କରିଥିଲେ ।କଟକ ଜିଲ୍ଲାର ସମସ୍ତ ଯୁକ୍ତ ଦୁଇ ଓ ଯୁକ୍ତ ୩ କଲେଜ ୫ଟି ରୂପାନ୍ତରଣ କାର୍ୟ୍ୟକ୍ରମରେ ସାମିଲ ହେବ । ଏହି କଲେଜ ଗୁଡିକରେ ଇ-ଲାଇବ୍ରେରୀ, ସ୍ମାର୍ଟ କ୍ଲାସରୁମ ଇତ୍ୟାଦି ବ୍ୟବସ୍ଥା ରହିବ । ଏଥିପାଇଁ ୬୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ଆସନ୍ତା ୬ ମାସ ଭିତରେ ସମସ୍ତ କାର୍ୟ୍ୟ ଶେଷ ହେବ ବୋଲି୫ଟି ସଚିବ ସୂଚନା ଦେଇଛନ୍ତି । ରୂପାନ୍ତରଣ କାର୍ୟ୍ୟକ୍ରମ ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ମଙ୍ଗଳବାର ପ୍ରଥମ କିସ୍ତିରେ ଟଙ୍କା ଦିଆଯାଇଛି । ଏହି କାର୍ୟ୍ୟରେ ଛାତ୍ରଛାତ୍ରୀଙ୍କୁ ନିଜେ ଶ୍ରମ ଦାନ କରିବାକୁ ସେ ନିବେଦନ କରିଛନ୍ତି । ଏହି ଅବସରରେ ଖୁବ ଶୀଘ୍ର ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦରମା ବୃଦ୍ଧି ନେଇ ମଧ୍ୟ ୫ଟି ସଚିବ ସୂଚନା ଦେଇଛନ୍ତି । ପରିଶେଷରେ ପିଲାଙ୍କ ସହ ନିଜ ଜୀବନ ଅନୁଭୂତି ବଖାଣିଛନ୍ତି । ଏହି ଅବସରରେ ଜଣେ ଛାତ୍ରୀ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଏକ ପେଣ୍ଟିଙ୍ଗ ଉପହାର ଦେଇଥିଲେ ।