ଭୁବନେଶ୍ବର : ବଦଳିବ ପାଗ । ଆଜିଠୁ ରାଜ୍ୟରେ ବଢିବ ତାତି । ସ୍ୱାଭାବିକ ଠାରୁ ୩ ରୁ ୪ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ । ମେଘମୁକ୍ତ ଆକାଶ ପାଇଁ ଆଜିଠୁ ପୁଣି ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମେଘୁଆ ପାଗ ହଟିବା ସହ କାଳବୈଶାଖୀ ସମ୍ଭାବନା ମଧ୍ୟ କମ୍। ବର୍ତ୍ତମାନ ତୁଳନାରେ ଆସନ୍ତା କିଛିଦିନ ଭିତରେ ପାରଦ ୩-୪ ଡିଗ୍ରୀ ବଢ଼ିପାରେ । ହେଲେ ଅଚାନକ କୌଣସି ସ୍ଥାନରେ ତାପମାତ୍ରା ଦ୍ରୁତ ଗତିରେ ବଢ଼ିବ ନାହିଁ । ଏବେ ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ମଧ୍ୟ କମ୍ । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ଏବେ ତାତି ସାମାନ୍ୟ ବଢ଼ିବ। ବିଶେଷ ବଢ଼ିନପାରେ । ଉପକୂଳ ତୁଳନାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ ବଢ଼ିବ । ଉପକୂଳ ଓଡ଼ିଶାରେ ସାମୁଦ୍ରିକ ପବନ ପ୍ରବାହ ଯୋଗୁ ତାତି ବିଶେଷ ବଢ଼ିବ ନାହିଁ । ଭୁବନେଶ୍ୱରରେ ଆସନ୍ତା ୩-୪ ଦିନ ଭିତରେ ପାରଦ ୩୭-୩୮ ଡିଗ୍ରୀ ଛୁଇଁପାରେ ।