ଏନ୍ଏନ୍ଏସ ଓଡିଆ, ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ ଘଟିଛି । ଦ୍ୱିତୀୟ ମହାଲାରେ ଥିବା ଏଣ୍ଡୋସ୍କୋପି ବିଭାଗରେ ନିଆଁ ଲାଗିଥିବା ସୂଚନା ମିଳିଛି । ନିଆଁକୁ ଆୟତ୍ତ କରିବା ପାଇଁ ୧୫ମଟି ଅଗ୍ନିଶମ ଗାଡି ନିୟୋଜିତ ହୋଇଛନ୍ତି । ନିଆଁର ପ୍ରକୋପ ଏତେ ଭୟଙ୍କର ରହିଛି କାହାର କିଛି କ୍ଷୟକ୍ଷତି ହୋଇନାହିଁ । ନିଆଁ ଲାଗିବା ପରେ ଗୋଗୀମାନଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏଣ୍ଡୋସ୍କୋପି ବିଭାଗର ପଛପାଖରେ ଜରୁରୀ କାଳୀନ ବିଭାଗ ରହିଛି । ଏହା ପାଖରେ ଓପିଡି ମଧ୍ୟ ରହିଛି । ଏଥିପାଇଁ ନିଆଁ ବ୍ୟାପିଯିବାର ଆଶଙ୍କା ଥିବାରୁ ରୋଗୀମାନଙ୍କୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଏବ୍ ନିଆଁ ଲିଭା କାର୍ଯ୍ୟ ଦାରି ରହିଛି । ସର୍ଟ ସର୍କିଟରୁ ନିଆଁ ଲାଗିଲା ନା କେଉଁ କାରଣ ପାଇଁ ନିଆଁ ଲାଗିଥିବା ସୂଚନା ମିଳିଛି । ବିସ୍ତୁତ ସୂଚନା ଅନୁସାରେ, ଇମର୍ଜେନ୍ସି ୱାର୍ଡ ରୁ ଫାୟାର୍ କଲ୍ ମିଳିବ ପରେ ଆଖପାଖରେ ଥିବା ସମସ୍ତ ରୋଗୀ ଓ କର୍ମଚାରୀଙ୍କୁ ନିରାପଦରେ ସ୍ଥାନାନ୍ତର କରାଯାଇଥିଲା । ଘଟଣା ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ଦିଲ୍ଲୀ ଏମ୍ସ କହିଛି, ନିଆଁ ନିୟନ୍ତ୍ରଣ କରାଯାଇଛି । ପରିସ୍ଥିତିର ସମୀକ୍ଷା କରିବା ଲାଗି ଏମ୍ସର ନିର୍ଦେଶକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚôଛନ୍ତି । ଉଲ୍ଲେଖଯୋଗ୍ୟ, ‘ଓଲ୍ଡ୍ ଆଉଟ୍ପେସେଣ୍ଟ୍ ଡିପାର୍ଟମେଣ୍ଟ୍’ର (ଓପିଡି) ଦ୍ବିତୀୟ ମହଲାରେ ‘ଏଣ୍ଡୋସ୍କୋପି ରୁମ୍’ ଅବସ୍ଥିତ।ଅଗ୍ନିଶମ ବିଭାଗ କହିଛି, ପୁରାତନ ରାଜକୁମାରୀ ‘ଓପିଡି’ କୋଠାର ଦ୍ବିତୀୟ ମହଲାରେ ନିଆଁ ଲାଗିଥିଲା। ଅଗ୍ନିଶମ ବାହିନୀର କର୍ମଚାରୀମାନେ ନିଆଁ ଲିଭାଇ ଦେଇଛନ୍ତି। କିନ୍ତୁ, ଘଟଣାସ୍ଥଳରେ ଏବେ ବି ତଲାସ ଅଭିଯାନ ଚାଲିଛି।
ଦିଲ୍ଲୀ ଡିସିପି ଘଟଣାସ୍ଥଳରେ ପହଞ୍ଚô ସ୍ଥିତି ସମୀକ୍ଷା କରୁଛନ୍ତି । ସୂଚନା ଅନୁସାରେ, ୨୦୨୧ ମସିହାରେ ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ ଘଟିଥିଲା । ଦିଲ୍ଲୀ ଏମ୍ସକୁ ପ୍ରତ୍ୟେକ ଦିନ ଦେଶ ଓ ଦେଶ ବାହାରୁ ରୋଗୀମାନେ ଚିକିତ୍ସା ପାଇଁ ଆସିଥାନ୍ତି ।