ଏନ୍ଏନ୍ଏସ ଓଡିଆ, ଭୁବନେଶ୍ୱର: ଚଳିତ ବର୍ଷ ଠାରୁ ବଦଳିବାକୁ ଯାଉଛି ଯୁକ୍ତ ଦୁଇ ପରୀକ୍ଷା ପ୍ରଣାଳୀ । ତ୍ରୟମାସିକ ପରୀକ୍ଷା ପରିବର୍ତ୍ତେ ଦୁଇଟି ଇଣ୍ଟରନାଲ ପରୀକ୍ଷା ଦେବେ ଛାତ୍ରଛତ୍ରୀ । ଅଗଷ୍ଟ ୧୬ ରୁ ୨୯ ମଧ୍ୟରେ ହେବ ଯୁକ୍ତ ଦୁଇ ପ୍ରଥମ ଇଣ୍ଟରନାଲ ପରୀକ୍ଷା ଏନେଇ ଜାରି କରିଛନ୍ତି ମାର୍ଗଦର୍ଶିକା । ତ୍ରୟମାସିକ ପରୀକ୍ଷା ପରିବର୍ତ୍ତେ ଦୁଇଟି ଇଣ୍ଟରନାଲ ପରୀକ୍ଷା ଦେବେ ଛାତ୍ରଛତ୍ରୀ । ସେମାନେ ୨୦୨୪ରେ ବର୍ଷିକ ପରୀକ୍ଷା ଦେବେ । ତେବେ ସୂଚନା ଅନୁସାରେ ପ୍ରଥମ ଇଣ୍ଟରନାଲ ପରୀକ୍ଷା ଅଗଷ୍ଟ ୧୬ରୁ ୨୯ ତାରିଖ ମଧ୍ୟରେ କରାଯାଉଥିବା ବେଳେ ଦ୍ୱିତୀୟ ଇଣ୍ଟରନାଲ ପରୀକ୍ଷାର ପ୍ରଶ୍ନପତ୍ର ଏବଂ ମାର୍କ ପାଟର୍ଣ୍ଣ ମଧ୍ୟ ଜାରି କରାଯାଇଛି । ପ୍ରକ୍ଟିକାଲ ଥିବା ବିଷୟ ଗୁଡିକରେ ଥିଓରୀରୁ ୨୦ ମାର୍କ ପାଟର୍ଣ୍ଣ ମଧ୍ୟ ଜାରି କରାଯାଇଛି । ପ୍ରାକ୍ଟିକାଲ ଥିବା ବିଷୟ ଗୁଡିକରେ ଥିଓରୀରୁ ୨୦ ମାର୍କ ଏବଂ ପ୍ରକ୍ଟିକାଲରୁ ୧୦ ମାର୍କର ପରୀକ୍ଷା ଦେବେ ଛାତ୍ରଛତ୍ରୀ । ଉଭୟ ପରୀକ୍ଷା ପାଇଁ ୪୫ ମିନିଟ୍ ସମୟ ରହିଛି । ଥିଓରୀରେ ୧ ମାର୍କ ବିଶିଷ୍ଟ ୬ଟି ସଂକ୍ଷିପ୍ତ ପ୍ରଶ୍ନ ରହିଥିବା ବେଳେ ୨ ମାର୍କ ବିଶିଷ୍ଟ ୩ଟି ପ୍ରଶ୍ନ ଆସିବ ଏହା ସହ ୪ ମାର୍କ ବିଶିଷ୍ଟ ୨ଟି ପ୍ରଶ୍ନର ଉତ୍ତର ପରୀକ୍ଷାରେ ଆସିବ । ସେହିପରି ପ୍ରାକ୍ଟିକାଲରେ ପାଠ୍ୟକ୍ରମରୁ ଯେ କୌଣସି ଗୋଟିଏ ଏକ୍ସପେରିମେଣ୍ଟ୍ ଦିଆଯିବ । ଏଥିସହ ପ୍ରାକ୍ଟିକାଲ ନଥିବା ବିଷୟ ଗୁଡ଼ିକରେ ୨୦ ମାର୍କର ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଏଥିପାଇଁ ୪୫ ମିନିଟ୍ ସମୟ ରହିଛି ।୨୦୨୪ ବାର୍ଷିକ ପରୀକ୍ଷା ଫଳ ଘୋଷଣା ସମୟରେ ଇଣ୍ଟରନାଲ୍ ପରୀକ୍ଷାରୁ ୨୦ ପ୍ରତିଶତ ଏବଂ ବାର୍ଷିକ ପରୀକ୍ଷାରୁ ୮୦ ପ୍ରତିଶତ ୱେଟେଜ୍ ଦିଆଯିବ । ଦୁଇଟି ଇଣ୍ଟରନାଲ ପରୀକ୍ଷା ମାର୍କରୁ ଶ୍ରେଷ୍ଠକୁ ୱେଟେଜ୍ ପାଇଁ ବିଚାର କରାଯିବ । ଯଦି ଜଣେ ପିଲା କେବଳ ଗୋଟିଏ ଇଣ୍ଟରନାଲ ପରୀକ୍ଷା ଦେଇଥାଏ, ତାହା ହେଲେ ସମ୍ପୃକ୍ତ ପରୀକ୍ଷାର ମାର୍କକୁ ୱେଟେଜ୍ ପାଇଁ ମଧ୍ୟ ବିଚାର କରାଯିବ । ଉଭୟ ଇଣ୍ଟରନାଲ୍ ପରୀକ୍ଷାରେ ଅନୁପସ୍ଥିତ ଥିଲେ କୌଣସି ୱେଟେଜ୍ ମିଳିବ ନି। କେବଳ ବାର୍ଷିକ ପରୀକ୍ଷାରୁ ଶତ ପ୍ରତିଶତ ୱେଟେଜ୍ ଦିଆଯିବ ।