ଏନ୍ଏନ୍ଏସ ଓଡିଆ, ନୂଆଦିଲ୍ଲୀ: ଆଜି ରାଜ୍ୟ ସଭାରେ ଆଗତ ହେବ ଦିଲ୍ଲୀ ସେବା ବିଲ୍ । ଗୁରୁବାର ନିମ୍ନସଦନ ଲୋକସଭାରେ ପାରିତ ହୋଇଥିବା ବହୁଚର୍ଚ୍ଚିତ ଦିଲ୍ଲୀ ସେବା ଆଧ୍ୟାଦେଶ ବିଲ ଆଜି ଉଚ୍ଚସଦନ ରାଜ୍ୟସଭାରେ ଆଗତ ହେବାକୁ ଯାଉଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ବିଲ୍ କୁ ରାଜ୍ୟସବାରେ ଆଗତ କରିବେ । ଗୁରୁବାର ପ୍ରବଳ ଦଟ୍ଟଗୋଳ ମଧ୍ୟରେ ଏହି ବହୁ ଚର୍ଚ୍ଚିତ ତଥା ବିବାଦୀୟ ବିଲ ମୌଖିକ ଭୋଟିଂ ମାଧ୍ୟମରେ ପାରିତ ହୋଇଥିଲା । ଦିଲ୍ଲୀରେ ଶାସନରେ ଥିବା ଆମ ଆଦମୀ ପାର୍ଟି ଏହାକୁ ଅଗଣତାନ୍ତ୍ରିକ ଆଇନ ବୋଲି କହିବା ସହ କଂଗ୍ରସ ସମେତ ଏକାଧିକ ବିରୋଧି ଦଳ କକ୍ଷତ୍ୟାଗ କରିଥିଲା । ଏହି ବିଲ୍ ଆଜି ରାଜ୍ୟସଭାରେ ଆଗତ ହୋଇ ଚର୍ଚ୍ଚା ହେବାକୁ ଯାଉଛି । ଦିଲ୍ଲୀ ସେବା ବିକୁ ନେଇ ଗୁରୁବାର ନିମ୍ନ ସଦନ ଲୋକସଭାରେ ବିତର୍କ ହୋଇଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା ଦିଲ୍ଲୀ ସରକାର ଏବଂ ବିରୋଧୀ ମିଳିତ ମେଣ୍ଟ ଇଣ୍ଡିଆ କୁ ପ୍ରସଙ୍ଗରେ କଡା ସମାଲୋଚନା କରିଥିଲେ । ତେବେ ବିରୋଧୀଙ୍କ କକ୍ଷତ୍ୟାଗ ସତ୍ତ୍ୱେ ମଧ୍ୟ ଏକକ ସଂଖ୍ୟା ଗରିଷ୍ଠତା ଥିବା ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ସରକାର ପାଇଁ ଏହାକୁ ପାରିତ କରିବାରେ କୋଣସି ବାଧା ସୃଷ୍ଟି ହୋଇନଥିଲା । ଗୁରୁବାର ଏହି ବିଲ୍କୁ ନେଇ ଚର୍ଚ୍ଚା ବେଳେ ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ ଆମ୍ ଆଦମୀ ପାର୍ଟି ସାଂସଦ ସୁଶୀଲ କୁମାର ରିଙ୍କୁଙ୍କୁ ମୌସୁମୀ ଅଧିବେଶନରୁ ନିଲମ୍ବିତ କରାଯାଇଥିଲା । ଏହି ବିଲ ସମ୍ପର୍କରେ ମତଦାନ ସମୟରେ ବିରୋଧୀ ସାଂସଦମାନେ କକ୍ଷତ୍ୟାତ କରିଥିଲେ । ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ଗୃହରେ ବିରୋଧୀଙ୍କୁ ମତ ରଖିବାର ସୁଯୋଗ ମିଳୁନାହିଁ, ତେଣୁ ସେମାନେ କକ୍ଷତ୍ୟାଗ କରିବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଥିଲେ । ବିଜେପି ନେତୃତ୍ବାଧୀନ ଏନ୍ଡିଏ ମେଣ୍ଟ ନିକଟରେ ରାଜ୍ୟସଭାରେ ଏହାକୁ ପାରିତ କରିବା ପାଇଁ ସଂଖ୍ୟା ନଥିଲେ ସୁଦ୍ଧା, ଏକାଧିକ ଅଣ ଏନଡିଏ ଦଳ ସମର୍ଥନ ଘୋଷଣା କରିସାରିଛନ୍ତି । ଜଗନଙ୍କ ନେତୃତ୍ବାଧୀନ ଓ୍ବାଇଏସଆର କଂଗ୍ରେସ,ନବୀନ ପଟ୍ଟନାୟଙ୍କ ନେତୃତ୍ବାଧୀନ ବିଜୁ ଜନତା ଦଳ ଓ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଏହି ବିଲକୁ ଉଭୟ ଗୃହରେ ସମର୍ଥନ ଦେବା ନେଇ ଘୋଷଣା କରିଛନ୍ତି । ଏହି କ୍ରମରେ ଲୋକସଭା ପରି ରାଜ୍ୟସଭାରେ ମଧ୍ୟ ଏହି ବିଲ ପାରିତ ହେବାର ସମ୍ଭାବନା ପ୍ରାୟତଃ ସ୍ପଷ୍ଟ ହୋଇଛି । ଉଭୟ ସଦନରେ