ମୁୁମ୍ବାଇ: ବଲିଉଡ଼ ଅଭିନେତା ମନୋଜ ବାଜପେୟୀ କରୋନା ସଂକ୍ରମିତ ହୋଇଛନ୍ତି। ଏବେ ସେ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି। ମନୋଜ ଏକ ଫିଲ୍ମର ଶୁଟିଂ କରୁଥିବା ବେଳେ ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି। ଏହାପରେ ଶୁଟିଂ ବନ୍ଦ କରାଯାଇଛି। ଅଭିନେତାଙ୍କ ଟିମ୍ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ନିର୍ଦ୍ଦେଶକ କରୋନା ସଂକ୍ରମିତ ହେବା ପରେ ମନୋଜ ନିଜର କରୋନା ଟେଷ୍ଟ କରାଇଥିଲେ। ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଏହାପରେ ଫିଲ୍ମର ଶୁଟିଂକୁ କିଛି ମାସ ପାଇଁ ବନ୍ଦ କରାଯାଇଛି। ତେବେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ଏବଂ ସେ ସମସ୍ତ ପ୍ରକାରର ସାବଧାନତା ଅବଲମ୍ବନ କରୁଛନ୍ତି।