ଏନ୍ଏନ୍ଏସ ଓଡିଆ, ସମ୍ବଲପୁର; ବଢୁଛି ହୀରାକୁଦ ଜଳସ୍ତର । ଗତକାଲି ଦୀରାକୁଦ ୮ଟି ଫାଟକ ଖୋଲାଯିବ ସହିତ ମୋଟ୍ ୨୦ଟି ଫାଟକ ଦେଇ ହୀରାକୁଦ ନଦୀବନ୍ଧରୁ ବନ୍ୟା ଜଳ ନିଷ୍କାସନ ଜାରି ରହିଛି । ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୧.୯୫ ଫୁଟ ରହିଥିବା ବେଳେ ବାମପାଶ୍ୱର୍ର ୧୩ ଓ ଦକ୍ଷିଣ ପାଶ୍ୱର୍ର ୭ଟି ଫାଟକ ଦେଇ ପ୍ରାୟ ୩ ଲକ୍ଷ ୫୫ ହଜାର ୭୯୩ କୁ୍ୟସେକ ଜଳ ମହାନଦୀରେ ନିଷ୍କାସିତ ହେଉଛି । ଜଳ ପ୍ରବେଶ ହ୍ରାସ ସହ ମହାନଦୀରେ ଦଳ ନିଷ୍କାସନ ପରିମାଣକୁ ହ୍ରାସ କରାଯିବ ବୋଲି ହୀରାକୁଦ ନଦୀବନ୍ଧ ମୁଖ୍ୟମନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି ।
ସୂଚନା ଅନୁସାରେ, ଜଳଭଣ୍ଡାରକୁ ୩ ଲକ୍ଷ ୮୮ ହଜାର ୯୩୧ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ସ୍ପିଲ୍ ୱେ, ପାୱାର ଚେନାଲ ଓ କେନାଲ ଦେଇ ମୋଟ୍ ୩ ଲକ୍ଷ ୫୫ ହଜାର ୭୯୩ କ୍ୟୁସେକ ଜଳ ନିଷ୍କାସିତ ହେଉଛି।୨୦ଟି ଗେଟ୍ ଖୋଲାଯାଇଥିବା ସତ୍ତ୍ୱେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବା ଯୋଗୁ ଆଗକୁ ଆଉ କିଛି ଗେଟ୍ ଖୋଲାଯାଇପାରେ ବୋଲି ଜଣାପଡ଼ିଛି।