ଏନ୍ଏନ୍ଏସ ଓଡିଆ, ଭୁବନେଶ୍ୱର: ବିଶ୍ୱ ଦକ୍ଷତା କେନ୍ଦ୍ରରେ ୭ଟି ଟ୍ରେଡରେ ହେବ ନାମଲେଖା ହେବ । ଅଗଷ୍ଟ ୧୫ରେ ହେବ ଅନଲାଇନରେ ପ୍ରବେଶିକା ପରୀକ୍ଷା । ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ଟ୍ରେଡରେ ସେପ୍ଟେମ୍ବର ରେ ନାମଲେଖା ହେବ । ମୋଟ ୭ଟି ବିଷୟରେ ହେବ ନାମଲେଖା । ଅନଲାଇନ ମାଧ୍ୟମରେ ପ୍ରବେଶିକା ପରୀକ୍ଷା ଲାଗି ଆବେଦନର ଶେଷ ତାରିଖ ରହିଛି ଅଗଷ୍ଟ ୧୫ । ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଚଳିତ ମାସ ୧୫ ତାରିଖ ହେଉଛି ଆବେଦବ ଗ୍ରହଣର ଶେଷ ତାରିଖ । ଆବେଦନ ପ୍ରକିୟା ଶେଷ ହେବ ପରେ ଅନଲାିନ ମାଧ୍ୟମରେ ଏକ ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା କରାଯିବ । ତେବେ ଏହି ପରୀକ୍ଷାରେ
ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ପାଇଁ ଚୟନ କରାଯିବ। ବିଶ୍ବ ଦକ୍ଷତା କେନ୍ଦ୍ରରେ ସ୍କୁଲ ଅଫ ଇଞ୍ଜିନିୟରିଂ ଏବଂ ସ୍କୁଲ ଅଫ୍ ସର୍ଭିସେସ୍ ଦୁଇଟି ବିଭାଗ ରହିଛି । ଏଠାରେ ମୋଟ ୭ଟି ଅତ୍ୟାଧୁନିକ ବିଷୟରେ ପ୍ରାର୍ଥୀମାନଙ୍କୁ ତାଲିମ ଦିଆଯାଉଛି । ଏଠାରେ ଦିଆଯାଉଥିବା ବିଭିନ୍ନ ତାଲିମ ପାଠ୍ୟକ୍ରମର ସୁଯୋଗ ନେଇ ରାଜ୍ୟର ଯୁବପିଢ଼ିମାନେ ନିଜର ଭବିଷ୍ୟତ ଗଠନ କରିବା ପାଇଁ ଆଗେଇ ଆସିବାକୁ ରାଜ୍ୟ ଦକ୍ଷତା ବିକାଶ ଅଧ୍ୟକ୍ଷା ତଥା ସିଇଓ ଅଳକା ମିଶ୍ର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଅନୁରୋଧ କରିଛନ୍ତି । ତେବେ ଏହି କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ଲାଗି ହଷ୍ଟେଲ ସୁବିଧା, ଖାଇବା, ୟୁନିଫର୍ମ ଏବଂ ଯିବା ଆସିବା ଲାଗି ବସ୍ ସୁବିଧା ଆଦି ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ଯୋଗାଇ ଦିଆଯାଉଛି । ବିଶ୍ବ ଦକ୍ଷତା କେନ୍ଦ୍ରର ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ବିଭାଗ ଅଧୀନରେ ମେକାଟ୍ରୋନିକ୍ସ, ଇଲେକ୍ଟ୍ରିକାଲ ଟେକ୍ନୋଲୋଜି, ମେକାନିକାଲ ଆଣ୍ଡ୍ ଇଲେକ୍ଟ୍ରିକାଲ୍ ସର୍ଭିସେସ୍, ଏୟାର କଣ୍ଡିସନିଂ ଆଣ୍ଡ୍ ରେଫ୍ରିଜରେସନ୍ ଏବଂ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ ଭଳି ୫ଟି ଆଧୁନିକ ବିଷୟ ବା ଟ୍ରେଡ୍ ରହିଛି । ରାଜ୍ୟର ଯେକୌଣସି ସରକାରୀ ବା ଘରୋଇ ଶିଳ୍ପ ତାଲିମ ଅନୁଷ୍ଠାନରୁ ଦୁଇ ବର୍ଷିଆ ଆଇଟିଆଇ ବା ତିନି ବର୍ଷିଆ ଡିପ୍ଲୋମା ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଏହିଠାରେ ନାମ ଲେଖାଇବା ପାଇଁ ଆବେଦନ କରିପାରିବେ ବୋଲି ସୂଚନା ଦିଆଯାଇଛି।