ଏନ୍ଏନ୍ଏସ ଓଡିଆ, ଜାମ୍ମୁ କାଶ୍ମୀର: ଜାମ୍ମୁ କାଶ୍ମୀରର ଗୁଲମାର୍ଗରେ ଭୂକମ୍ପ ଝଟକା । ଗୁଲମାର୍ଗରେ ଆଜି ସକାଳ ସମୟରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ମ୍ୟାଗ୍ନିଚୁ୍ୟଟ ରେକର୍ଡ କରାଯାଇଥିବା ବେଳେ, ଜାତୀୟ ଭୂକମ୍ପ ପକ୍ଷରୁ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ପ୍ରଦାନ କରାଯାଇଛି । ବିସୃୁତ ସୂଚନା ଅନୁସାରେ, ଆଜି ସକାଳ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ଗୁଲମାଗ୪ର ଉତ୍ତର ଓ ପଶ୍ଚିମର ୧୮୪ କିଲୋମିଟର ଦୂରରେ ଅବସ୍ଥିତ । ଏହାର ଗଭୀରତା ଭୂମି ଠାରୁ ୧୨୯ କିମି ରେକଡ୪ କରାଯାଇଥିବା ବେଳେ ଅକ୍ଷାଂଶ ୩୫.୪୬ ଏବଂ ଦ୍ରାଘିମା ୭୩.୩୨ ରହିଛି ।ଭୂକମ୍ପ କୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି। ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।