ଏନ୍ଏନ୍ଏସ ଓଡିଆ, ଭୁବନେଶ୍ୱର; ୨ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ସରକାରୀ କାର୍ଯ୍ୟକ୍ରମରେ ଏକାଠି ହେବେ ଶାହ ଓ ନବୀନ । ଗତକାଲି ଅର୍ଥାତ୍ ଶୁକ୍ରବାର ରାତି ପ୍ରାୟ ୧୧ଟା ୫୦ ମିନିଟ୍ ସମୟରେ ଭୁବନେଶ୍ୱରରେ ପହଞ୍ଚôଥିଲେ । ବିମାନବନ୍ଦରରେ ପହଞ୍ଚôବା ପରେ ବିଜେପି ପକ୍ଷରୁ ଶାହଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏୟାରପୋର୍ଟରେ ପାରମ୍ପରିକ ବାଦ୍ୟ ଓ ନାଚଗୀତ କରି ଏକାଠି ହୋଇଥିଲେ ଦଳୀୟ କର୍ମୀ ଓ ପ୍ରଶଂସକ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ସାଂସଦଙ୍କୁ ବିମାନବନ୍ଦରରେ ସ୍ୱଗତ କରିଥିଲେ । ଏହାପରେ ଏକ ତାରକା ହୋଟେଲ ଯାଇ ରାତ୍ରିଯାପନ କରିଛନ୍ତି କେନ୍ଦ୍ର ଗ-ହମନ୍ତ୍ରୀ ଅମିତ ଶାହ । ଆଜି ଲୋକସଭା ଭବନରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେବେ ଶାହ । ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିବେ ବୋଲି କୁହାଯାଇଛି । ଏଥିରେ ଜାତୀୟ ରାଦପଥ ପ୍ରକଳ୍ପ ସେ ଶୁଭାରମ୍ଭ କରିବେ । ନକ୍ସଲ ଦମନ ଓ ବିପର୍ଯ୍ୟୟ ପରିଚାଳନା ସ୍ଥିତିରେ ମଧ୍ୟ ସମୀକ୍ଷା କରିବେ ଅମିତ ଶାହ । ଏହାପରେ ଦଳୀୟ କାର୍ଯ୍ୟାଳୟରେ ନୂଆ ପହାଧିକାରୀ, କୋର୍ ଟିମ୍ ସଦସ୍ୟମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ଦିଆଯାଇଥିବା ଟାସ୍କ କେତେ କାର୍ଯ୍ୟକ୍ରମ ହୋଇଛି, ସେନେଇ ଆଲୋଚନା କାର୍ଯ୍ୟକ୍ରମ ରହିଛି । ତୃଣମୂଳ ସ୍ତରରେ ସଙ୍ଗଠନ ମଜଭୁତ, ମୋଦି ସରକାର ୯ ବର୍ଷର ସଫଳ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ଶାହ ଗୁରୁମନ୍ତ୍ର ଦେବେ ।