ଏନ୍ଏନ୍ଏସ ଓଡିଆ, ନୂଆଦିଲ୍ଲୀ; ଛୋଟ ଛୋଟ ପିଲାମାନଙ୍କୁ ପ୍ରେରିତ କରିବା ଲକ୍ଷ୍ୟରେ ବିଦ୍ୟାଳୟରେ ସେମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ କୀ ବାତ’ କାର୍ୟ୍ୟକ୍ରମର କାହାଣୀ ପଢ଼ାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ‘ମନ କୀ ବାତ’ରେ ଅନେକ ପ୍ରେରଣାଦାୟକ କାହାଣୀର ଯୋଗଦାନ ଦେଇଛି । ସୂଚନା ଅନୁସାରେ, କେନ୍ଦ୍ର ଶାସିତ ପ୍ରଦେଶର ଜମ୍ମୁ କଶ୍ମୀର ବୋର୍ଡ ଅଫ୍ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଏହି କାହାଣୀକୁ କମିକ ବୁକ ମାଧ୍ୟମରେ ପଢ଼ାଯିବ ବୋଲି ଜଣାପଡ଼ିଛି। ତେବେ ‘ମନ କୀ ବାତ’ରୁ ଚୟନ କରାଯାଇଥିବା କାହାଣୀଗୁଡ଼ିକୁ କମିକ ବୁକରେ ୧୨ଟି ଭାଗ ରଖିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ‘ଅମର ଚିତ୍ରକଥା’ର ସହଯୋଗରେ ଏ ନେଇ ପଦକ୍ଷେପ ନିଆଯାଇଥିବା ଜମ୍ମୁ କଶ୍ମୀର ଶିକ୍ଷା ବୋର୍ଡ ପକ୍ଷରୁ କୁହାଯାଇଛି। ସେହି ପୁସ୍ତକର ଡିଜିଟାଲ କପି ଅମୃତ ମହୋତ୍ସବ ପୋର୍ଟାଲରେ ୧୩ଟି ଭାଷାରେ ଉପଲବ୍ଧ ରହିଛି । ସେଠାରୁ ଉକ୍ତ କପିକୁ ଡାଉନଲୋଡ୍ କରିହେବ। ବିଦ୍ୟାଳୟ ପିଲାମାନେ ଏହି ପୁସ୍ତକକୁ ପଢ଼ି ଅନେକ କିଛି ଶିଖିବା ଉଦ୍ଦେଶ୍ୟରେ ଏହା କରାଯାଇଛି।