ଏନ୍ଏନ୍ଏସ ଓଡିଆ, ନୂଆଦିଲ୍ଲୀ; ଆଜି ଜ୍ଞାନବାପି ମସ୍ଜିଦ୍ ରେ ବିଜ୍ଞାନ ଭିତ୍ତିକ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଟିମ୍ ବିଜ୍ଞାନଭିତ୍ତିକ ସର୍ଭେ ଆରମ୍ଭ କରିଛି । ସକାଳ ୭ଟା ସମୟରେ କଡା ସୁରକ୍ଷା ବ୍ୟବସ୍ଥାରେ ଉତ୍ତରପ ପ୍ରଦେଶର ବାରାଣାସୀରେ ଥିବା ଜ୍ଞାନବାପି ମସ୍ଜିଦ୍ ପରିସରରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଟିମ୍ ବିଜ୍ଞାନଭିତ୍ତିକ ସର୍ଭେ ଆରମ୍ଭ କରିଛି । ଗତକାଲି ବା ଗୁରୁବାର ଦିନ ଆହ୍ଲାବାଦ ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟ କାଏମ ରଖିବା ପରେ ସେଠାରେ ପୁଣି ସର୍ଭେ କାର୍ଯ୍ୟ ଆରମ୍ଭ କରାଯାଇଛି । ଏହାଛଡା, ଅଦାଲଦକହିଛନ୍ତି ଯେ, ପୂର୍ବରୁ ଥିବା କୌଣସି ହିନ୍ଦୁ ମନ୍ଦିର ମୂଳଦୁଆ ଉପରେ ଏହି ୧୭ଶ ଶତାବ୍ଦୀର ମସ୍ଜିଦ୍ ନିର୍ମିତ ହୋଇଛି କି, ନାହିଁ ତାହା ସୁନିଶ୍ଚିତ କରାଯିବା ଆବଶ୍ୟକ।ହାଇକୋର୍ଟ ଆହୁରି ମଧ୍ୟ କହିଛନ୍ତି, ନ୍ୟାୟ ଦୃଷ୍ଟିରୁ ‘ଏଏସ୍ଆଇ’ ସର୍ଭେ ଆବଶ୍ୟକ ଏବଂ ଏହା ଉଭୟ ପକ୍ଷଙ୍କୁ ଉପକୃତ କରିବ।ଆଜି ‘ଏଏସ୍ଆଇ’ ମସ୍ଜିଦ୍ ପରିସରରେ ସର୍ଭେ ଆରମ୍ଭ ହୋଇଥିବା ବେଳେ କେବଳ ଜିଲ୍ଲା ପ୍ରଶାସନଦ୍ବାରା ନିଯୁକ୍ତ ଲୋକେ ସେଠାରେ ଉପସ୍ଥିତ ଅଛନ୍ତି। କିନ୍ତୁ, ‘ଅଞ୍ଜୁମନ୍ ଇନ୍ତେଜାମିଆ ମସ୍ଜିଦ୍ କମିଟି’ର ସଦସ୍ୟମାନେ ଏହି ସର୍ଭେ ବର୍ଜନ କରିଛନ୍ତି।ହିନ୍ଦୁମାନଙ୍କ ପକ୍ଷରୁ ସୋହନ୍ଲାଲ୍ ଆର୍ୟ୍ୟ କହିଛନ୍ତି ଯେ, ମସ୍ଜିଦ୍ ପରିସରରେ ପୂର୍ବରୁ କରାଯାଇଥିବା ସର୍ଭେ ସମୟରେ ଶିବପାର୍ବତୀ ଓ ବରାହ ବିଗ୍ରହ, ଘଣ୍ଟି, ତ୍ରିଶୂଳ ଓ ଅନ୍ୟାନ୍ୟ ଅନେକ ସାମଗ୍ରୀ ମିଳିଛି। ତେଣୁ, ପୂର୍ବରୁ ଏଠରେ ମନ୍ଦିର ଥିଲା ବୋଲି ଆଭାସ ମିଳୁଛି।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ତୋଳାଯାଇଥିବା ମନ୍ଦିର ଉପରେ ମସ୍ଜିଦ୍ ନିର୍ମାଣ କରାଯାଇଛି କି, ନାହିଁ ତାହା ସୁନିଶ୍ଚିତ କରିବା ଲାଗି ଆବଶ୍ୟକ ଉତ୍ଖନନ ସମେତ ସର୍ଭେ କରିବା ଲାଗି ଜୁଲାଇ ୨୧ ତାରିଖ ଦିନ ବାରାଣସୀ ସେସନ୍ସ୍ କୋର୍ଟ ‘ଏଏସ୍ଆଇ’କୁ ନିର୍ଦେଶ ଦେଇଥିଲେ।
‘ଏଏସ୍ଆଇ’ ମଧ୍ୟ ଜୁଲାଇ ୨୪ ତାରିଖ ଦିନ ସର୍ଭେ କାର୍ୟ୍ୟ ଆରମ୍ଭ କରିଥିଲା। କିନ୍ତୁ, ମସ୍ଜିଦ୍ କମିଟି ଆବେଦନ କରିବାରୁ ସୁପ୍ରିମ୍ କୋର୍ଟ ସର୍ଭେ ବନ୍ଦ କରିବାକୁ ଆଦେଶ ଦେବା ସହିତ ହାଇକୋର୍ଟରେ ଏ ସଂକ୍ରାନ୍ତରେ ଆବେଦନ କରିବା ଲାଗି କମିଟିକୁ ଆଦେଶ ଦେଇଥିଲେ।