ଏନ୍ଏନ୍ଏସ ଓଡିଆ, ଭୁବନେଶ୍ୱର; ଭୁବନେଶ୍ୱର ଆସୁଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହା । ଆଜି ରାତି ୧୦.୪୦ରେ ଭୁବନେଶ୍ୱର ବିମାନବନ୍ଦର ପହଞ୍ଚôବେ ଶାହା । ଶନିବାର ଶାହାଙ୍କର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ରହିଛି । ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କରିବେ । ଏହାସହ ନକ୍ସଲ୍ ଦମନ ଓ ବିପର୍ଯ୍ୟୟ ପରିଚାଳନା ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ । ଏହାପରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇ କାର୍ଯ୍ୟକର୍ତ୍ତଙ୍କ ସହ ବୈ÷ଠକ କରିବେ । ଯେଉଁଠି ଦଳୀୟ ସଂଗଠନ ସ୍ଥିତି ଓ ପୂର୍ବରୁ ଦିଆଯଇଥିବା ଟାସ୍କ କେତେ ଦୂର କାର୍ଯଖାରୀ ହୋଇଛି ସେ ସଂପର୍କରେ ସଂପର୍କରେ ସମୀକ୍ଷା କରିବେ ଶାହା । ୨୦୨୪ ସାଧାରଣ ନିର୍ବାଚନ ଉପରେ ଫୋକସ୍ କରି ଆଗାମୀ ଦିନରେ ବିଜେପିର ରୋଡମ୍ୟାପ୍ ନେଇ ବି ମାନସ ମନ୍ଥନ ହେବ। ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏହାରି ଭିତରେ ଶାହଙ୍କ ଏହି ଗସ୍ତ ବିଜେପି ପାଇଁ କେତେ ସହାୟକ ହେବ ତା’ଉପରେ ନଜର ରହିଛି।