ଏନ୍ଏନ୍ଏସ ଓଡିଆ, ଶ୍ରୀହରିକୋଟା: ଚନ୍ଦ୍ରଯାନର ଉତକ୍ଷେପଣ ପରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାମ- ଇସ୍ରୋ ଆଜି ସକାଳେ ଏକାଥରକେ ୭ଟି ଉପଗ୍ରହର ମହାକାଶକୁ ସଫଳ ଉତକ୍ଷେପଣ କରିଛି । ସକାଳ ୬ଟା ୩୦ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରରୁ ୭ଟି ସାଟେଲାଇଟର ଉତକ୍ଷେପଣ କରାଯାଇଛି ।
ସୂଚନା ଅନୁସାରେ, ସତୀଶ ଧୱନ୍ ସ୍ପେସ୍ ସେଣ୍ଟର୍ ରୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ପିଏସ୍ଏଲ୍ଭି-ସି୫୬ରକେଟ ଗୋଟିଏ ଡିଏସ୍-ଏସ୍ଏଆର୍ ସମେତ ସିଙ୍ଗାପୁରର ୭ଟି ସାଟେଲାଇଟ୍ ଉତ୍କ୍ଷେପଣ କରିଛି । ପୋଲାର୍ ସାଟେଲାଇଟ୍ ଲଞ୍ଚ୍ ଭେଇକ୍ଲ୍ ବା ପିଏସ୍ଏଲ୍ଭି-ସି୫୬ ରକେଟ୍ ଉକ୍ତ ସାଟେଲାଇଟ୍ଗୁଡିକୁ ୫୩୫ କିଲୋମିଟର୍ ବିଶିଷ୍ଟ ବୃତ୍ତାକାର କକ୍ଷପଥରେ ସ୍ଥାପନ କରିଛି ।ଲଞ୍ଚ୍ ପ୍ୟାଡ୍ରୁ ଉତ୍କ୍ଷେପିତ ହେବାର ପ୍ରାୟ ୨୧ ମିନିଟ୍ ପରେ ରକେଟ୍ ତା’ର ପ୍ରାରମ୍ଭିକ ପ୍ଲେଲୋଡ୍ ‘ଡିଏସ୍-ଏସ୍ଏଆର୍’କୁ ସ୍ଥାନିତ କଲା। ୩ ମିନିଟ୍ ପରେ ଭେଲୋକ୍ସ୍-ଏଏମ୍, ଆର୍କେଡ୍, ସ୍କୁବ୍-୨, ନୁଲ୍ଆଇଅନ୍, ଗାଲାସିଆ-୨ ଏବଂ ଅର୍ବ-୧୨ ଷ୍ଟ୍ରାଇଡର୍ ଆଦି ଆଉ ୬ଟି ସାଟେଲାଇଟ୍କୁ କକ୍ଷପଥକୁ ଛଡ଼ାଯାଇଥିଲା।ସମସ୍ତ ସାଟେଲାଇଟ୍ କକ୍ଷପଥକୁ ଛାଡ଼ିବା ପରେ ରକେଟ୍ର ଚତୁର୍ଥ ଭାଗରେ ଥିବା ବଳକା ଇନ୍ଧନ ଶେଷ କରିବା ଲାଗି ୩୦୦ କିଲୋମିଟର୍ ତଳକୁ ଖସି ଆସି ନିଜ କକ୍ଷରେ ଘୂରିବା ଆରମ୍ଭ କରିଥିଲା। ଏହା ହେଉଛି ‘ପିଏସ୍ଏଲ୍ଭି’ର ୫୮ତମ ମହାକାଶ ଯାତ୍ରା।
୬ଟି ସାଟେଲାଇଟ୍ ବ୍ୟତୀତ ଏଥିରେ ପଠାଯାଇଥିବା ‘ରାଡାର୍ ଇମେଜିଙ୍ଗ୍ ଆର୍ଥ ଅବ୍ଜରଭେସନ୍ ସାଟେଲାଇଟ୍’କୁ (ଡିଏସ୍-ଏସ୍ଏଆର୍) ସିଙ୍ଗାପୁର ସରକାରଙ୍କ ପକ୍ଷରୁ ‘ଡିଏସ୍ଟିଏ’ ଏବଂ ‘ଏସ୍ଟି ଇଞ୍ଜିନିୟରିଙ୍ଗ୍’ ମିଳିତ ଭାବେ ନିର୍ମାଣ କରିଛନ୍ତି। ଏଥିରେ ଲାଗିଥିବା ‘ସିନ୍ଥେଟିକ୍ ଆପେର୍ଚର୍ ରାଡାର୍’ (ଏସ୍ଏଆର୍) ‘ପ୍ଲେଲୋଡ୍’ ‘ଇସ୍ରାଏଲ୍ ଏରୋସ୍ପେସ୍ ଇଣ୍ଡଷ୍ଟ୍ରିଜ୍’ଦ୍ବାରା ନିର୍ମିତ।