ଏନ୍ଏନ୍ଏସ ଓଡିଆ, ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ । ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ଓଡିଶା ପାଶ୍ୱର୍ପାର୍ତ୍ତୀ ଦକ୍ଷିଣ ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟାକା ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଯାହା ଫଳରେ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଏବଂ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ । ସେହିପରି ୩ ତାରିଖ ସୁଦ୍ଧା ଏହା ଉତ୍ତର ଓଡିଶା ପାଖ ଦେଇ ଅତିକ୍ରମ କରିବ । ରବିବାର ଠାରୁ ଉପକୂଳ ଏବଂ ପଶ୍ଚିମ ଓଡିଶାରେ ବର୍ଷା ବଢିବ । ଆସନ୍ତା ୩୧ରୁ ଅଗଷ୍ଟ ୧ଯାଏ ବଲାଙ୍ଗିର, କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ଅନୁଗୋଳ ଏବଂ ଢେଙ୍କାନାଳ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିଭଳି ଅଗଷ୍ଟ ୧ ଏବଂ ୨ତାରିଖରେ କଳାହାଣ୍ଡି, ନୂଆପଡା, ବଲାଙ୍ଗିର, କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ଅନୁଗୋଳ ଏବଂ ଢେଙ୍କାନାଳ ପାଇଁ ଅରେଞ୍ଚ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ସେହିଭଳି ଅଗଷ୍ଟ ୧ ଏବଂ ୨ତାରିଖରେ କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, ଦେବଗଡ଼ ଏବଂ ଝାରସୁଗୁଡ଼ାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ବର୍ଷା ଚାଷ କାର୍ୟ୍ୟକୁ ତ୍ବରାନ୍ବିତ କରିବ ବୋଲି ଆଶା କରାଯାଉଛି ।ଜୁନ ୧ ତାରିଖରୁ ଜୁଲାଇ ୨୯ ତାରିଖ ପର୍ୟ୍ୟନ୍ତ ସାରା ରାଜ୍ୟରେ ୫୨୬.୪୪ ମିଲିମିଟର ସ୍ବାଭାବିକ ବର୍ଷା ତୁଳନାରେ ହୋଇଛି ୪୬୧.୯ମିଲିମିଟର ବର୍ଷା । ଫଳରେ ରାଜ୍ୟର ୧୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ଦେଖା ଦେଇଛି । ଏସବୁ ଜିଲ୍ଲା ହେଉଛି ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି