ବୁର୍ଲା: ପୁଣି ଥରେ ବୁର୍ଲାରେ ଚାଞ୍ଚଲ୍ୟ । ୨ ବର୍ଷ ତଳେ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ରାଗିଂ ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଏବେ ବୁର୍ଲା ସୁରେନ୍ଦ୍ର ସାଏ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଆଣ୍ଡ ରିସର୍ଚରେ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଭଳି ସାଂଘାତିକ ଘଟଣା ସାମ୍ନାକୁ ଆସିଛି । ଦ୍ବିତୀୟ ବର୍ଷ ଏମବିବିଏସ ଛାତ୍ରଙ୍କୁ ଚତୁର୍ଥ ବର୍ଷ ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଛି । ଦ୍ବିତୀୟ ବର୍ଷର ୬ ଜଣ ଛାତ୍ରଙ୍କୁ ମାଡ଼ ମରାଯିବା ସହିତ ରାଗିଂ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ଏମବିବିଏସ ଚତୁର୍ଥ ବର୍ଷ ଛାତ୍ର ଏମବିବିଏସ ଦ୍ବିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ କରିଥିବା ଅଭିଯୋଗ ହୋଇଥିଲା । ଫଳରେ ଦ୍ବିତୀୟ ବର୍ଷ ଛାତ୍ରମାନେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଏନେଇ ପୁଣି କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବାରୁ ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି ଭିମସାର ଅଧ୍ୟକ୍ଷା ଡାକ୍ତର ଜୟଶ୍ରୀ ଦୋରା । କେଉଁ ପରିସ୍ଥିତିରେ ରାଗିଂ ହୋଇଛି, ସେନେଇ ୧୦ ଜଣିଆ ଆଣ୍ଟି ରାଗିଂ ସେଲ୍ ଏହାର ତଦନ୍ତ କରୁଛି ।