ଏନ୍ଏନ୍ଏସ ଓଡିଆ, ଭୁବନେଶ୍ୱର: ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ- ୨୦୨୪କୁ ନଜରରେ ରଖି ନିର୍ବାଚନ ଆୟୋଗଙ୍କ ନଦେ୍ର୍ଦଶକ୍ରମେ ରାଜ୍ୟରେ ଜୁଲାଇ ୨୧ରୁ ଅଗଷ୍ଟ ୨୧ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ ହୋଇଛି । ଏତôରେ ୩୭୬୦୬ ଜଣ ବୁଥ୍ ସ୍ତରୀୟ ଅଧିକାରୀ ଏକ ମାସ ଧରି ଘରକୁ ଘର ବୁଲି ନିର୍ଭୁଲ ତଥ୍ୟ ସଂଗ୍ରହ କରିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ।
ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ଭୋଟର ତାଲିକାରେ ଥିବା ତଥ୍ୟଗୁଡ଼ିକୁ ତନଖି କରିବା ସହ ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ବ୍ୟକ୍ତିଙ୍କ ନାମ ଯୋଗ କରିବେ, ନୂତନ ଭୋଟର ଯେଉଁମାନଙ୍କ ବୟସ ୧/୧୦/୨୦୨୪ ସୁଦ୍ଧା ୧୮ବର୍ଷ ପୂର୍ଣ୍ଣ ହେଉଥିବ ସେମାନଙ୍କୁ ତାଲିକାଭୁକ୍ତ କରାଇବା, ସବୁଦିନ ପାଇଁ ନିର୍ବାଚନ ମଣ୍ଡଳୀରୁ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଥିବା ଭୋଟର ଏବଂ ମୃତ ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରୁ ବାଦ୍ ଦେବା ସହ ସବୁ ଦୃଷ୍ଟିରୁ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବେ।