ଏନ୍ଏନ୍ଏସ ଓଡିଆ, ଭୁବନେଶ୍ୱର: ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ ଜଳପତ୍ତନ ୬୧୩ ଫୁଟରେ ରହିଛି । ଏହି ସମୟ ମଧ୍ୟରେ ଡ୍ୟାମକୁ ସେକେଣ୍ଡକୁ ୧ ଲକ୍ଷ ୩୬ ହଜାର ଘନଫୁଟରେ ପହଞ୍ଚିଛି । ଏହି ମସୟ ମଧ୍ୟରେ ଡ୍ୟାମକୁ ସେକେଣ୍ଡକୁ ୧ ଲକ୍ଷ ୩୬ ହଜାର ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ପ୍ରାୟ ୪୦ ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି । ତେଣୁ କ୍ରମାଗତ ଭାବରେ ଜଳ ପତ୍ତନ ବୃଦ୍ଧି ପାଇବାରେ ଲାଗିଛି ।ସେପଟେ ଆଉ ଦିନକ ପରେ ହୀରାକୁଦ ବନ୍ୟା ଜଳ ଛଡ଼ାଯିବ । ତାପୂର୍ବରୁ ଡ୍ୟାମ୍ କର୍ତ୍ତୃପକ୍ଷ ସମ୍ବଲପୁର, ହୀରାକୁଦ ଓ ବୁର୍ଲାରେ ସତର୍କ କରାଇଛନ୍ତି । ବନ୍ୟା ଜଳ ଛାଡ଼ିବା ବେଳେ ମହାନଦୀ ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ରବିବାର ସକାଳ ୯ଟା ବେଳେ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । କିନ୍ତୁ କେତୋଟି ଗେଟ୍ ଖୋଲାଯିବ ସେ ସମ୍ପର୍କରେ ସେହିଦିନ ହିଁ ନିଷ୍ପତ୍ତି ନିଆଯିବ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଅନ୍ୟପଟେ ଆଗକୁ ଆହୁରି ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୬ କିମ୍ବା ୨୭ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ଲଘୁଚାପ ଥିବାରୁ ଅନେକ ସ୍ଥାନରେ ବର୍ଷା ହୋଇପାରେ। ପଶ୍ଚିମ ଓଡ଼ିଶାରେ ଦିନେ ଦୁଇ ଦିନ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି। ଏହାପରେ ଉପକୂଳ ଓଡ଼ିଶାରେ ବର୍ଷା ହେବ। ଏନେଇ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି।