ଏନ୍ଏନ୍ଏସ ଓଡିଆ, ନୂଆଦିଲ୍ଲୀ: ୫ ବର୍ଷ ପରେ ଫିଫା ମାନ୍ୟତା ତାଲିକାରେ ଟପ ୧୦୦ରେ ରହିଛି ଭାରତୀୟ ଫୁଟବଲ ଦଳ । ଏନେଇ ଦଳକୁ ବିଭିନ୍ନ ଦିଗରୁ ଶିଭେଚ୍ଛାର ସୁଅ ଛୁଟିଛି । ପୁରୁଷ ଫିଫା ଫୁଟବଲ ମାନ୍ୟତାରେ ଭାରତୀୟ ଦଳ ଗୋଟିଏ ସ୍ଥାନ ଉପରକୁ ଉଠିଛି । ୯୯ତମ ସ୍ଥାନ ଉପରକୁ ଉଠିଛି ସିନୀଲ ଛାତ୍ରୀଙ୍କ ନେତୃତ୍ୱାଧୀନ ଭାରତୀୟ ଫୁଟବଲ ଦଳ । ଜୁନ ୨୯ରେ ପ୍ରକାଶିତ ଫିଫା ମାନ୍ୟତା ତାଲିକାରେ ଭାରତ ୧୦୧ରୁ ୧୦୦ରୁ ଉତୀର୍ଣ୍ଣ ହୋଇଥିଲା । ଏବେ ୫ ବର୍ଷ ପରେ ୯୯ତମ ସ୍ଥାନକୁ ଉଠି ଟପ ୧୦୦ରେ ରହିଛି ଭାରତ ।
ଦୀର୍ଘ ୫ ବର୍ଷ ପରେ ଭାରତୀୟ ପୁରୁଷ ଫୁଟବଲ ଦଳ ଫିଫା ମାନ୍ୟତାରେ ଶୀର୍ଷ ୧୦୦ରେ ପହଞ୍ଚିଛି । ବିଶ୍ବ ଫୁଟବଲ ସର୍ବୋଚ୍ଚ ସଂସ୍ଥା ଫିଫା ପକ୍ଷରୁ ପ୍ରକାଶିତ ରାକିଂରେ ଭାରତ ଉପରକୁ ଉଠି ୯୯ତମ ସ୍ଥାନରେ ପହଞ୍ଚିଛି । ବର୍ତ୍ତମାନ ଭାରତ ରେଟିଂ ପଏଣ୍ଟ ୧୨୦୮.୬୯ ରହିଛି । ସାଫ ଚମ୍ପିଆନ ହେବା ପରେ ଭାରତ ମାନ୍ୟତାରେ ଏହି ବୃଦ୍ଧି ହୋଇଛି । ୨୦୧୮ ପରେ ଭାରତର ଏହା ଶ୍ରେଷ୍ଠ ମାନ୍ୟତା ।୧୯୯୬ରେ ଭାରତ ଫିଫା ମାନ୍ୟତା ତାଲିକାରେ ୯୪ତମ ସ୍ଥାନରେ ରହିଛି । ଏହା ପରଠୁ ଭାରତ ଆଉ ଟପ ୧୦୦ରେ ରହି ନଥିଲା । ମାତ୍ର ଦଳ ଯେଉଁଭଳି ଭାବେ ପ୍ରଦର୍ଶନ କରୁଛି ଭାରତୀୟ ଫୁଟବଲ ଦଳର ଏକ ଉଜ୍ବଳ ଭବିଷ୍ୟତ ଦେଖାଯାଉଛି । ଆର୍ଜେଣ୍ଟିନା ପୂର୍ବ ଭଳି ପ୍ରଥମ ସ୍ଥାନରେ ରହିଛି । ଦ୍ବିତୀୟରେ ଫ୍ରାନ୍ସ, ତୃତୀୟରେ ବ୍ରାଜିଲ ଓ ଚତୁର୍ଥରେ ଇଂଲଣ୍ଡ ରହିଛି ।