ଏନ୍ଏନ୍ଏସ ଓଡିଆ, ଭୁବନେଶ୍ୱର: ଆସନ୍ତାକାଲି ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ସଂସଦର ଉଭୟ ସଦନ ଳୋକସଭା ଓ ରାଜ୍ୟସଭା ମୁଲତବୀ । ମଣିପୁର ଭାଇରାଲ ଭିଡିଓ ଘଟଣାକୁ ନେଇ ଆରମ୍ଭରୁ ସଂସଦ ସରଗରମ ହୋଇଥିଲା । ଉଭୟ ସଦନରେ ହଟ୍ଟଗୋଳ ହଙ୍ଗାମା ଜାରି ରହିଥିଲା । ଫଳରେ ପ୍ରଥମେ ଅଫରାହ୍ନ ୨ଟା ପରେ ଆସନ୍ତାକାଲି ପୂର୍ବାହ୍ନ ଯାଏଁ ଉଭୟ ସଦନ ମୁଲତବୀ ହୋଇଛି । ଆଜି ଠାରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଆସନ୍ତା ଅଗଷ୍ଟ ୧୧ ତାରିଖ ପର୍ୟ୍ୟନ୍ତ ଚାଲିବ ଅଧିବେଶନ । ଏହି ୨୩ ଦିବସୀୟ ଅଧିବେଶନରେ କେନ୍ଦ୍ର ସରକାର ୩୧ ଟି ବିଲ ଆଣିବାକୁ ଯାଉଛନ୍ତି ।
ଆଜି ସଂସଦ ଅଧିବେଶନ ଆରମ୍ଭ ହେଉ ହେଉ ଉଭୟ ସଦନରେ ବିରୋଧୀ ଦଳ ଗୁଡିକ ମଣିପୁର ହିଂସା ଓ ଗତକାଲି ଭାଇରାଲ ହୋଇଥିବା ଭିଡିଓକୁ ନେଇ ସରକାରଙ୍କ ଉପରେ ଭାରି ପଡିଥିଲେ । ସମସ୍ତ ନିର୍ଦ୍ଧାରିତ କାର୍ୟ୍ୟକ୍ରମ ବାତିଲ କରି ମଣିପୁର ପ୍ରସଙ୍ଗରେ ସ୍ବତନ୍ତ୍ର ଆଲୋଚନା କରିବା ପାଇଁ ଦାବି କରିଥିଲେ । ସଂସଦର ଉଭୟ ସଦନରେ ବିରୋଧୀ ସାଂସଦ ମାନେ ହଟ୍ଟଗୋଳ ହଙ୍ଗାମା କରିଥିଲେ । ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷଙ୍କ ବାରମ୍ବାର ଅନୁରୋଧ ସତ୍ବେ ଲୋକସଭା କି ରାଜ୍ୟସଭା ସ୍ବାଭାବିକ ହୋଇନଥିଲା । ରାଜ୍ୟସଭା ବାରମ୍ବାର ମୁଲତବୀ ହୋଇଥିଲା । ଲୋକସଭାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ଆଜି ସଂସଦ କାର୍ୟ୍ୟବାହୀ ଆରମ୍ଭ ହେବାମାତ୍ରେ ମଣିପୁର ହିଂସା ଓ ଭାଇରାଲ ଭିଡିଓକୁ ନେଇ ବିରୋଧୀ ହଙ୍ଗାମା ଆରମ୍ଭ କରିଥିଲେ । ହଙ୍ଗାମା ମଧ୍ୟରେ ପ୍ରଥମେ ମଧ୍ୟାହ ୧୨ ଟା ପରେ ଅପରାହ୍ନ ୨ ଟା ଶେଷରେ ଆସନ୍ତାକାଲି ଯାଏଁ ମୁଲତବୀ ରଖିଛନ୍ତି ଗୃହର ଅଧ୍ୟକ୍ଷ ।