ଏନ୍ଏନ୍ଏସ ଓଡିଆ, ଦିଲ୍ଲୀ: ମୃତୁ୍ୟ କାହାକୁ କେତେବେଳେ ଅପେକ୍ଷା କରିଥାଏ, ତାହା କହିବା ଅସମ୍ଭବ ହୋଇଥାଏ । ଠିକ୍ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀରେ । ଜିମରେ ବ୍ୟାୟାମ କରୁଥିବା ବେଳେ ଗଲା ଜୀବନ । ଦିଲ୍ଲୀରେ ରହୁଥିବା ଜଣେ ଯୁବକ ଜିମର ଟ୍ରେଡମିଲ ଉପରେ ବସିଥିବା ବେଳେ ବିଦୁ୍ୟତ୍ ଆଘାତରେ ମୃତୁ୍ୟ ହୋଇଥିବା ସାମ୍ନାକୁ ଆସିଛି । ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ମୃତ ବ୍ୟକ୍ତିଙ୍କ ବୟସ ୨୪ବର୍ଷ ଓ ସେ ଜଣେ ଇଞ୍ଜିନିୟର ଥିଲେ ବୋଲି ଜଣାପଡିଛି । ଏ ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ କରିବା ସହ ଜିମ୍ ସଞ୍ଚାଳକଙ୍କ ବିରୋଧରେ ଏତଲା ରୁଜୁ କରିଛି । ମୃତ ବ୍ୟକ୍ତିଙ୍କ ନାମ ସକ୍ଷମ ପୃଥ୍ୱୀ ବୋଲି ଚିହ୍ନଟ କରାଯାଇଛି । ପୁଲିସ ସୂଚନା ମୁତାବକ, ରୋହିଣୀ ସେକ୍ଟର ୧୯ର ବାସିନ୍ଦା ସକ୍ଷମ ପୃଥ୍ୱୀ ବୋଲି ଚିହ୍ନଟ କରାଯାଇଛି । ପୁଲିସର ସୂଚନା ମୁତାବକ, ରୋହିଣୀ ସେକ୍ଟର ୧୯ର ବାସିନ୍ଦା ସକ୍ଷମ ପୃଥ୍ୱୀ ସେହି ଅଞ୍ଚଳରେ ଥିବା ଜିମ୍ପ୍ଲେକ୍ସ ଫିଟନେସ ଜୋନକୁ ପ୍ରତିଦିନ ବ୍ୟାୟାମ କରିବାକୁ ଯାଉଥିଲେ । ଗୁରୁଗ୍ରାମର ଏକ କମ୍ପାନିରେ ସେ ଇଞ୍ଜିନିୟର ଥିବାରୁ ତାଙ୍କ ରୋହିଣୀରେ ରହିବାକୁ ପଡିଥିଲା ।
ମଙ୍ଗଳବାର ସକାଳ ପ୍ରାୟ ୭.୩୦ ସମୟରେ ସକ୍ଷମ ଟ୍ରେଡମିଲରେ ଦୌଡ଼ିବା ପରେ ବିଶ୍ରାମ କରିବା ପାଇଁ ୨ଟି ଟ୍ରେଡମିଲ ମଝିରେ ଯାଇ ବସିଥିଲେ। ଏହି ସମୟରେ ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିବାରୁ ସେ ତଳେ ପଡ଼ିଯାଇଥିଲେ। ଏହା ଦେଖି ବ୍ୟାୟାମ କରୁଥିବା ଅନ୍ୟ ଲୋକମାନେ ଟ୍ରେଡମିଲର ସୁଇଚ୍ ବନ୍ଦ କରି ତାଙ୍କୁ ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସକ୍ଷମ ଜଣେ ଦକ୍ଷ ଇଞ୍ଜିନିୟର ଥିଲେ ଏବଂ ସେ ତାଙ୍କ ପିତାମାତାଙ୍କ ଏକମାତ୍ର ପୁତ୍ର ଥିଲେ। ଏବେ ବ୍ୟବଚ୍ଛେଦ ପରେ ପୁଲିସ ମୃତଦେହକୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।