ଏନ୍ଏନ୍ଏସ ଓଡିଆ: ମାନସିକ ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍ତମ ଖେଳ ଚେସ ହେଉଛି ବହୁ ପ୍ରାଚୀନ । ସମୟ ସହିତ ଏହାର ଲୋକପ୍ରିୟତା ବୃଦ୍ଧି ପାଉଛି । ଚେସ ହେଉଛି ରଣନୀତି ଏବଂ ବୌଦ୍ଧିକ ଦକ୍ଷତାର ଏକ ଖେଳ ଯାହା ସମଗ୍ର ବିଶ୍ୱରେ ଲୋକପ୍ରିୟ । ୨୦ ଜୁଲାଇରେ ବିଶ୍ୱ ଚେସ୍ ଦିବସ ସମଗ୍ର ବିଶ୍ୱରେ ପାଳନ କରାଯାଏ । ତେଣୁ ଆଜି ହିଁ ଚେସ ଦିବସ ପାଳନ କରାଯାଏ । ୧୯୪୨ ମସିହାରେ ଫ୍ରାନ୍ସର ପ୍ୟାରିସ୍ରେ ଆୟୋଜିତ ଅଷ୍ଟମ ଗ୍ରୀଷ୍ମ ଅଲମ୍ପିକ୍ ଗେମ୍ସରେ ୨୦ ଜୁଲାଇରେ ୱାର୍ଲ୍ଡ ଚେସ୍ ଫାଉଣ୍ଡେସନ୍ ପ୍ରତିଷ୍ଠା କରାଯାଇଥିଲା। ୟୁନେସ୍କୋ ତରଫରୁ ଏଫଆଇଡି ପ୍ରତିଷ୍ଠା ସମ୍ମାନରେ ୨୦ ଜୁଲାଇକୁ ବିଶ୍ୱ ଚେସ ଦିବସ ପାଳନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ୨୦ ଜୁଲାଇ ୧୯୬୬ରେ ପ୍ରଥମ ବିଶ୍ୱ ଚେସ ଦିବସ ପାଳନ କରାଯାଇଥିଲା। ୧୯୨୪ ମସିହାରେ ଫ୍ରାନ୍ସର ପ୍ୟାରିସ୍ରେ ଆୟୋଜିତ ଅଷ୍ଟମ ଗ୍ରୀଷ୍ମ ଅଲିମ୍ପିକ୍ ଗେମ୍ସରେ ୨୦ ଜୁଲାଇରେ ତେବେ ୟୁଏନ୍ଓ ସାଧାରଣ ସଭା ତରଫରୁ ୧୨ ଡିସେମ୍ବର ୨୦୧୯ରେ, ୨୦ ଜୁଲାଇକୁ ବିଶ୍ୱ ଚେସ ଦିବସ ଭାବରେ ଘୋଷଣା କରାଯାଇଥିଲା। ୧୮୫୧ ମସିହାରେ ଲଣ୍ଡନରେ ଆଧୁନିକ ଚେସ୍ର ପ୍ରଥମ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା। ଏଥିରେ ଜର୍ମାନ ଆଡଲ୍ଫ ଆଣ୍ଡରସନ୍ ବିଜେତା ହୋଇଥିଲେ।
ଭାଷା ଏବଂ ସମ୍ପ୍ରଦାୟର ସୀମା ଅତିକ୍ରମ କରି ସମଗ୍ର ବିଶ୍ୱରେ ଚେସ୍ ଖେଳାଯାଏ। ବିଶ୍ୱ ଚେସ୍ ଦିବସ ଅବସରରେ ସମଗ୍ର ବିଶ୍ୱରେ ଚେସ୍ ପ୍ରତିଯୋଗିତା ଆୟୋଜିତ ହୋଇଥାଏ। ଏହି ବିଶ୍ୱସ୍ତରୀୟ ଖେଳ ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ମାନକୁ ପ୍ରୋତ୍ସାହିତ କରେ ଏବଂ ଏହାଦ୍ୱାରା ମନୁଷ୍ୟର ମାନସିକ ଦକ୍ଷତା ବିସ୍ତାର ହୁଏ। ଅଧ୍ୟୟନରୁ ଜଣାପଡିଛି ଯେ ଚେସ୍ ଖେଳିବା ମସ୍ତିଷ୍କର କାର୍ୟ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ। ଏହା ଏକ ଅତ୍ୟନ୍ତ ଲାଭଦାୟକ ବ୍ୟାୟାମ ଭାବରେ ଦେଖାଯାଏ।