ଏନ୍ଏନ୍ଏସ ଓଡିଆ, ମହାରଷ୍ଟ୍ର: ମହାରଷ୍ଟ୍ରର ଅହମ୍ମଦବାଦରେ ହୋଇଥିବା ଦୁର୍ଘଟଣା ୨୪ ଘଣ୍ଟା ନପୁରୁଣୁ, ପୁଣି ମହାରଷ୍ଟ୍ରରରେ ଆସିଲା ଦୁଃଖଦ ଖବର । ବର୍ଷା ଯୋଗୁଁ ଭୂସ୍ଖଳନ ହେବାରୁ ୧୦ଜଣଙ୍କର ମୃତ୍ୟୁ ହୋଇଛି । ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡ ଜିଲ୍ଲାର ଖାଲାପୁରତହସିଲର ଇରଶାଲୱାଡି ଗ୍ରାମରେ । ଅନେକ ଲୋକ ମାଟି ତଳ ଫସି ରହିଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୭୫ ଜଣଙ୍କୁ ଉଦ୍ଧାର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ମହାରଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା ରହିଛି । ମୃତକଙ୍କ ମଧ୍ୟରେ ଉଦ୍ଧାର ସମୟରେ ଜଣଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ରହିଛି ।
ଏନଡିଆରଏଫ ଓ ଏସଡିଆରଏଫ ଟିମ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଛନ୍ତି ।ଅତି କମରେ ୧୦୦ ଜଣ ଲୋକ ଆବର୍ଜନାରେ ଫସି ରହିଥିବା ଆଶଙ୍କା କରାଯାଉଛି । ୨୦ ଜଣରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ନଭି ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ମହାରାଷ୍ଟ୍ର ମନ୍ତ୍ରୀ ଉଦୟ ସାମନ୍ତ ଏବଂ ଦାଦା ଭୁସେ ଇରଶାଲୱାଡି ଗ୍ରାମରେ ପହଞ୍ଚି ଉଦ୍ଧାର କାର୍ୟ୍ୟର ତଦାରଖ କରୁଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଆଜି ସକାଳ ସମୟରେ ଭୁସ୍ଖଳନ ସମ୍ପର୍କରେ ସୂଚନା ପାଇବା ପରେ ଇରଶାଲୱାଡି ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ।ଅନ୍ୟପଟେ ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରାଯାଇଛି । ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବା ସହ ଆହତଙ୍କ ଚିକିତ୍ସା ମାଗଣା କରାଯିବା ନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘୋଷଣା କରିଛନ୍ତି ।