ଯମୁନା ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ଦିଲ୍ଲୀ ସହର ବନ୍ୟା ଜଳରେ ଜଳମଗ୍ନ ହୋଇଥିବା ବେଳେ, ବର୍ତ୍ତମାନ ଉତ୍ତରପ୍ରଦେଶର ଅନେକ ଅଞ୍ଚଳକୁ ପାଣି ମାଡିଯାଇଛି । ୪୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ତାଜମହଲ ସ୍ମାରକୀ ପଛରେ ଏକ ବଗିଚା ଜଳମଗ୍ନ କଲା । ନଦୀରେ ଜଳ ସ୍ତର ୪୯୭.୯ ଫୁଟରେ ପହଞ୍ଚି ୪୯୫ ଫୁଟର ‘ନିମ୍ନ ବନ୍ୟା ସ୍ତର’ ଅତିକ୍ରମ କଲା । ତାଜମହଲର ବାହାର ପାଶ୍ୱର୍ କାନ୍ଥକୁ ପାଣି ଛୁଇଁଛି । ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁଯାୟୀ, ଯମୁନା ନଦୀର ଜଳସ୍ତର ୪୯୯.୧ ଫୁଟ୍ରେ ରହିଛି। ୪୯୯ ଫୁଟରେ ଜଳସ୍ତର ରହିଲେ ମଧ୍ୟମ ଧରଣର ବନ୍ୟା ଆସିଥାଏ। ଜଳସ୍ତର ୫୦୮ ଫୁଟରେ ରହିଲେ ଉଚ୍ଚ ବନ୍ୟା ଆସିଥାଏ। ତେବେ ଗତ ୪୦ବର୍ଷରେ କେବେହେଲେ ଯମୁନା ନଦୀରେ ଏପରି ବନ୍ୟା ଆସି ନଥିଲା। ମଥୁରାସ୍ଥିତ ଗୋକୁଳ ବ୍ୟାରେଜରୁ ୧,୨୪,୩୦୨ କ୍ୟୁସେକ ପାରି ଛଡାଯାଇଥିବାରୁ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗୋକୁଳ ବ୍ୟାରେଜର ସମସ୍ତ ୭ଟି ଗେଟ୍କୁ ଖୋଲିଦିଆଯାଇଛି।