ବାଲେଶ୍ୱର; ବାଲେଶ୍ୱର ଟ୍ରେନ ଟ୍ରାଜେଡି ଦୁର୍ଘଟଣା ମନରୁ ଲିଭିନଥିବା ବେଳେ ପୁଣି ସାମ୍ନକୁ ଆସିଛି ରେଳ ବିଭାଗର ଅନିୟମିତତା । ରେଳ ବିଭାଗର ଦାୟିତ୍ୱହୀନତା ପାଇଁ ୨ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ରେଳ ଡିଭିଜନ । ଗତକାଲି ଭଦ୍ରକ-ବାଲେଶ୍ୱର ମେମୁ ଟ୍ରେନ ଦର୍ଘଟଣାରୁ ଅଳ୍ପକେ ବର୍ତ୍ତିବା ଘଟଣାରେ ୨ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ରେଳ ଡିଭିଜନ ।
ସୂଚନା ଅନୁସାରେ, ଷ୍ଟସନ ମାଷ୍ଟର, ପଏଣ୍ଟମ୍ୟାନଙ୍କୁ ନିଲମ୍ବନ କରୀଯାଇଛି । ଏନେଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ଖଡଗପୁର ରେଳ ଡିଭିଜନ। ଖଡଗପୁର ଡିଭିଜନର ସିନିୟର ଡିସିଏମ ସୂଚନା ଦେଇଛନ୍ତି । ପ୍ରତିଦିନ ପରି ଗତକାଲି ଭଦ୍ରକ-ବାଲେଶ୍ବର ମେମୁ ଟ୍ରେନ୍ ୧୦ଟା ପରେ ଭଦ୍ରକ ଷ୍ଟେସନ୍ରୁ ଡାଉନ୍ ଲାଇନ୍ରେ ବାଲେଶ୍ବର ଅଭିମୁଖେ ବାହାରିଥିଲା। ଟ୍ରେନ୍ଟି ୧୨ଟା ୦୨ ମିନିଟ୍ରେ ବରୁଣସିଂ ନୀଳଗିରି ରୋଡ୍ ଷ୍ଟେସନରେ ଦୁଇ ମିନିଟ୍ ରହଣି ପରେ ଷ୍ଟେସନ୍ ଛାଡ଼ିଥିଲା। ଟ୍ରେନଟିର ଗତି ବଢ଼ୁଥିବା ବେଳେ ଏହା ମେନ୍ ଲାଇନ୍ରେ ନଯାଇ ଷ୍ଟେସନ୍ ନିକଟ ଲୁପ୍ ଲାଇନ୍କୁ ଚାଲିଯାଇଥିଲା। ଏହି ସମୟରେ ଲୋକୋ ପାଇଲଟମାନେ ବ୍ରେକ୍ ଲଗାଇଥିଲେ। ଫଳରେ ଟ୍ରେନ୍ଟି ଜୋର୍ ଶବ୍ଦ କରି ଅଟକିଥିଲା। ଭୟରେ ସମସ୍ତ ଯାତ୍ରୀ ଟ୍ରେନ୍ରୁ ଓହ୍ଲାଇ ପଡ଼ିଥିଲେ। ଷ୍ଟେସନ୍ ମାଷ୍ଟର ଶରତ ଚନ୍ଦ୍ର ସେଠୀ ଓ କର୍ମଚାରୀଙ୍କ ସହ ପାଇଲଟ୍ ସ୍ଥିତି ଅନୁଧ୍ୟାନ କରିଥିଲେ।