ବଲିଉଡ କଳାକାର ରବିନ୍ଦ୍ର ମହାଜନୀଙ୍କ ମୃତଦେହ ତାଙ୍କ ଫ୍ଲାଟରୁ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ପୁନେର ଅମ୍ବି ଗାଁରେ ଭଡାରେ ଏକ ଫ୍ଲାଟରେ ରହୁଥିଲେ ରବିନ୍ଦ୍ର ମହାଜନୀ । ମୃତ୍ୟୁ ବେଳକୁ ରବିନ୍ଦ୍ରଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ସୂଚନା ମୁତାବକ ଫ୍ଲାଟରୁ ଦୁର୍ଗନ୍ଧ ଆସିବା ପରେ ପୋଲିସକୁ ପଡୋଶୀ ସୂଚନା ଦେଇଥିଲେ । ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କବାଟ ଭାଙ୍ଗିବା ପରେ ରବିନ୍ଦ୍ରଙ୍କ ମୃତ ପଡିଥିବା ଦେଖିବାକୁ ପାଇଥିଲେ ।
ରବିନ୍ଦ୍ର ମହାଜନୀ ଅଭିନେତା ଗଶମିର ମହାଜନୀଙ୍କ ପିତା ଥିଲେ । ରବିନ୍ଦ୍ର ହିନ୍ଦୀ ସିନେମା ସହ ମରାଠୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ତାଙ୍କୁ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ବିନୋଦ ଖାନ୍ନା ବୋଲି କୁହାଯାଏ । ରବିନ୍ଦ୍ର ମହାଜନୀ ଅମିତାଭ ବଚ୍ଚନଙ୍କ ସହିତ ସାତ ହିନ୍ଦୁସ୍ତାନୀରେ ପୋଲିସ ଇନ୍ସପେକ୍ଟର ଭୂମିକାରେ ଅଭିନୟ କରିଥିଲେ । ଏହା ତାଙ୍କର ପ୍ରଥମ ଫିଲ୍ମ ଥିଲା । ଏହାପରେ ମରାଠୀ ଫିଲ୍ମ ଆରାମ ହରାମା ଆହେ, ଦୁନିଆ କାରି ସଲମା, ହଳଦୀ କୁକୁରେ କାମ କରିଛନ୍ତି । ଏହାପରେ ୨୦୧୫ରେ ତାଙ୍କ ଫିଲ୍ମ କାୟ ରାଓ ତୁମହିଁରେ ସେ କମ୍ ବ୍ୟାକ୍ କରିଥିଲେ ।