ଏନଏନଏସ୍: ପୁଅକୁ ବଞ୍ଚାଇବାକୁ ଯାଇ ଚାଲିଗଲା ମା’ ର ଜୀବନ । ବିଦ୍ୟୁତ ଆଘାତରେ ଏକାଠି ମା’ ଓ ପୁଅଙ୍କ ମୃତ୍ୟୁ ହୋଇଛି । ଭୋଗରାଇ ବ୍ଲକ ଭୋଗରାଇ ଗାଁରୁ ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ପୁଅ ଜଣଙ୍କ ଘର କାମ କରିବା ପାଇଁ ବିଦ୍ୟୁତ ଦ୍ୱାରା ଏକ ମେସିନରେ ରଡ୍ କାଟୁଥିଲେ। ଏହି ସମୟରେ ଅସାବଧାନତା କାରଣରୁ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ପୁଅ ବିଦ୍ୟୁତ ସଂସ୍ପର୍ଶରେ ଆସିବା ଦେଖି ମା’ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ଫଳରେ ପୁଅକୁ ଉଦ୍ଧାର କରିବା ସମୟରେ ଘଟଣାସ୍ଥଳରେ ମା’ ର ମଧ୍ୟ ମୃତ୍ୟୁ ହୋଇଛି । ଏନେଇ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି।