ଭୁବନେଶ୍ୱର(ଏନଏନଏସ୍): ରାଜ୍ୟରେ ଆଗକୁ ଆସୁଛି ବଡ ବର୍ଷା। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସଆରସି। ୧୫ରୁ ୧୯ ତାରିଖ ଯାଏଁ ପ୍ରବଳ ବର୍ଷା ଅନୁମାନ କରାଯାଇଛି। ହେଡକ୍ୱାର୍ଟର ନଛାଡିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେକୌଣସି ସ୍ଥିତି ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି।
ଖାଲି ସେତିକି ନୁହେଁ ସହରରେ ପାଣି ଜମିଲେ ଗାଡି ଚଳାଚଳ ନିୟନ୍ତ୍ରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତଳିଆ ଅଞ୍ଚଳରେ ପାଣି ଜମିଲେ ତୁରନ୍ତ ନିଷ୍କାସନ ପାଇଁ କୁହାଯାଇଛି। ସେହିପରି ଦୁର୍ବଳ ନଦୀବନ୍ଧ, କେନାଲ ଉପରେ ଦୃଷ୍ଟି ରଖିବା ସହ ବର୍ଷା ପାଣି ଯେମିତି ନ ଜମେ ତୁରନ୍ତ ଡ୍ରେନ ସଫା କରିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।