ଭୁବନେଶ୍ୱର(ଏନଏନଏସ୍): ଅଘୋଷିତ ବିଦ୍ୟୁତ କାଟକୁ ନେଇ ରାସ୍ତାରୋକ। ଗତକାଲି ରାତି ୧୧ ଟାରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଥିବା ବେଳେ ବର୍ତ୍ତମାନ ପର୍ୟ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ । ବିଳମ୍ବିତ ରାତିରୁ ଗୋଷାଣୀ ନୂଆଗାଁ ବାସିନ୍ଦା ଟାୟାର ଜାଳି ରାସ୍ତାରୋକ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାସ୍ତାରୋକ ଯୋଗୁଁ ଉଭୟ ପାର୍ଶ୍ୱରେ ଗାଡ଼ିମୋଟର ଅଟକି ରହିଛି। ପ୍ରବଳ ଗରମ ହେଉଥିବା ବେଳେ ବିଜୁଳି କାଟ୍ ଯୋଗୁଁ ଘରେ ରହି ହେଉନାହିଁ । ବିଜୁଳି ବିଭ୍ରାଟକୁ ନେଇ ଘଟଣାସ୍ଥଳରେ ଟାଟା ପାୱାରର ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ଅଟକ ରଖିଛନ୍ତି ସ୍ଥାନୀୟ ବାସିନ୍ଦା । ଏନେଇ ଘଟଣାସ୍ଥଳରେ ଗୋଷାଣୀ ନୂଆଗାଁ ଥାନା ପୋଲିସ ଉପସ୍ଥିତ ରହି ଲୋକଙ୍କୁ ବୁଝାଇଛନ୍ତି ।