ନାଗପୁର : ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଉଥିବାରୁ ପରିସ୍ଥିତି ଜଟିଳ ହେଉଥିବା ଦେଖାଯାଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ପୁଣି ନାଗପୁରରେ ଏକ ସପ୍ତାହ ପାଇଁ ଲକଡ଼ାଉନ ନିୟମ ଲାଗୁ କରିଛନ୍ତି। ମାର୍ଚ୍ଚ ୧୫ ରୁ ୨୧ ଯାଏଁ ପୂରା ନାଗପୁରରେ ଲକଡ଼ାଉନ ନିୟମକୁ କଡାକଡି ଭାବେ ପାଳନ କରାଯିବ। ମାତ୍ର ଏହି ସମୟରେ ଜରୁରୀ ସେବା ଓ ସାମଗ୍ରୀ ଦୋକାନ ଗୁଡିକୁ ବନ୍ଦରୁ ବାଦ ଦିଆଯାଇଥିବା ବେଳେ ଅନ୍ୟ ଦୋକାନ ଗୁଡିକ ବନ୍ଦ ରହିବ। ପରିବାର , ଫଳ ଓ ଖିର ବୁଥ ଖୋଲା ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ନାଗପୁରରୁ ବୁଧବାର ୧୭୧୦ ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଏହାସହ ପୂର୍ବରୁ ୧୪ ତାରିଖ ଯାଏଁ ସହରରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଥିଲା। ଏହାସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କୋଭିଡ-୧୯ ଭ୍ୟାକ୍ସିନର ପ୍ରଥମ ଡୋଜ ନେଇ ସାରିଛନ୍ତି। ଆଗକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ଅଧିକାଂଶ ସ୍ଥାନରେ ଲକଡ଼ାଉନ ଲାଗୁ ହୋଇ ପାରେ ବୋଲି ମୁଖ୍ୟମନ୍ତ୍ରୀ ସଙ୍କେତ ଦେଇଛନ୍ତି।