ଏନଏନଏସ୍: ରେଳ ଲାଇନ୍ ପାର୍ ହେବା ବେଳେ ହାତୀ ପଲଙ୍କୁ ଧକ୍କା ଦେଲା ମାଲବାହୀ ଟ୍ରେନ୍ । ଟ୍ରେନ୍ ଧକ୍କାରେ ୨ ମାଈ ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ହାତୀ ଗୁରୁତର ହୋଇଛି । କେନ୍ଦୁଝର ଜିଲ୍ଲା ଦୈତାରି ରେଞ୍ଜ ଅନ୍ତର୍ଗତ ଟାଙ୍ଗରିଆପାଳ ଷ୍ଟେସନ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ।
ସୂଚନା ଅନୁଯାୟୀ ହାତୀପଲ ରେଳ ଧାରଣାରେ ପାର୍ ହେଉଥିବା ବେଳେ ଟାଙ୍ଗରିଆପାଳ ଷ୍ଟେସନ୍ ନିକଟ ଆମ୍ବଧରା ନାଳ ଏବଂ କୋଠଘାଟି ମଝିରେ ହାତୀପଲଙ୍କୁ ଏକ ମାଲବାହୀ ଟ୍ରେନ୍ ଧକ୍କା ଦେଇଥିଲା । ଯାହାଫଳରେ ହାତୀ ଦୁଇଟି ପ୍ରାୟ ୧୦ଫୁଟ ତଳକୁ ଛିଟିକି ପଡି ମୃତ୍ୟୁବରଣ କରିଥିବା ବେଳେ ଗୋଟିଏ ହାତୀ ଗୁରୁତର ହୋଇଛି । ଅନ୍ୟପଟେ ଘଟଣାସ୍ଥଳରେ ବନ ବିଭାଗ ଓ ରେଳ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।