ଦେଶର ବିଭିନ୍ନ ସ୍ଥାନରେ ଲାଗି ରହିଛି ପ୍ରବଳ ବର୍ଷା । ବର୍ଷା ଯୋଗୁ ନଦୀର ଜଳସ୍ତର ବୃଦ୍ଧି ପାଇ ବିପଦ ସଙ୍କେତ ନିକଟରେ ପହଞ୍ଚିଛି। ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ଏନେଇ ରାସ୍ତାଘାଟ, ରେଳଧାରଣା, ଚାଷଜମି ସବୁକିଛି ଜଳମୟ ହୋଇଯାଇଛି, ଯାହାର ପ୍ରଭାବ ଭାରତୀୟ ରେଲେଓ୍ଵର ଟ୍ରେନ୍ ଉପରେ ପଡ଼ିଛି।
ରିପୋର୍ଟ ଅନୁଯାୟୀ ପ୍ରବଳ ବର୍ଷା ହେତୁ ଟ୍ରେନ୍ ବାତିଲ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ଅମ୍ବାଲା ମଣ୍ଡଳର ଦୁଇ ରେଳ ଖଣ୍ଡର ରେଲେଓ୍ଵ ଟ୍ରାକ୍ ଉପରେ ବର୍ଷା ପାଣି ଚାଲିଛି। ଏହି କାରଣରୁ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ମୁରାଦାବାଦ ମଣ୍ଡଳରୁ ଚାଲୁଥିବା ୧୭ଟି ଟ୍ରେନକୁ ବାତିଲ କରାଯାଇଛି। ଏହା ବ୍ୟତୀତ ଅନେକ ଟ୍ରେନ୍ ର ରୁଟ୍ ପରିବର୍ତ୍ତନ କରାଯାଇ କିଛି ଟ୍ରେନକୁ ଅଳ୍ପ ସମୟ ପାଇଁ ବନ୍ଦ କରିଦିଆଯାଇଛି। ବର୍ଷା ଯୋଗୁ ମୋଟ ୯ଟି ଟ୍ରେନ୍ ଶର୍ଟ ଟର୍ମିନେଟ୍ ଏବଂ ଶର୍ଟ ଓରିଜିନେଟ୍ ହେବ।
ବାତିଲ୍ ହୋଇଥିବା ଟ୍ରେନ୍
ଟ୍ରେନ୍ ନମ୍ବର: ୧୪୬୧୦ (ଶ୍ରୀ ମାତା ବୈଷ୍ଣୋ ଦେବୀ କଟରା-ରୁରକୀ)
ଟ୍ରେନ୍ ନମ୍ବର: ୧୪୬୩୨ (ଅମୃତସର-ଡେରାଡୁନ୍ ଏକ୍ସପ୍ରେସ)
ଟ୍ରେନ୍ ନମ୍ବର: ୧୩୧୫୨ (ଜମ୍ମୁ ତାୱି-କୋଲକାତା ଏକ୍ସପ୍ରେସ )
ଟ୍ରେନ୍ ନମ୍ବର: ୧୪୬୦୬ (ଜମ୍ମୁ ତାୱି-ହାଓ୍ଵଡା)
ଟ୍ରେନ୍ ନମ୍ବର: ୧୪୬୬୨ (ଜମ୍ମୁ ତାୱି-ବାଡମେର ଏକ୍ସପ୍ରେସ୍)
ଟ୍ରେନ୍ ନମ୍ବର: ୧୨୨୦୮ (ଜମ୍ମୁ ତାୱି-କାଠଗୋଦାମ୍)
ଟ୍ରେନ୍ ନମ୍ବର: ୧୫୦୧୨ (ଚଣ୍ଡିଗଡ଼-ଲକ୍ଷ୍ନୌ ଜଙ୍କସନ)
ଟ୍ରେନ୍ ନମ୍ବର: ୧୪୬୭୪ (ଅମୃତସର-ଜୟନଗର ଏକ୍ସପ୍ରେସ)
ଟ୍ରେନ୍ ନମ୍ବର: ୧୨୨୩୨ (ଚଣ୍ଡିଗଡ଼-ଲକ୍ଷ୍ନୌ ଏକ୍ସପ୍ରେସ ଟ୍ରେନ୍)
ଟ୍ରେନ୍ ନମ୍ବର: ୧୩୩୦୮ (ଫିରୋଜପୁର-ଧନବାଦ୍)
ଟ୍ରେନ୍ ନମ୍ବର: ୧୩୩୦୬ (ଅମୃତସର-ହାଓ୍ଵଡା ଜଙ୍କସନ)
ଟ୍ରେନ୍ ନମ୍ବର: ୨୨୪୩୨ (ଉଧମପୁର-ସୁବେଦାରଗଞ୍ଜ ଏକ୍ସପ୍ରେସ ଟ୍ରେନ୍)
ଟ୍ରେନ୍ ନମ୍ବର: ୧୪୬୩୧ (ଡେରାଡୁନ୍-ଅମୃତସର ଜଙ୍କସନ)
ଟ୍ରେନ୍ ନମ୍ବର: ୧୪୮୮୭ (ଋଷିକେଶ-ବାଡ଼ମେର ଏକ୍ସପ୍ରେସ୍)
ଟ୍ରେନ୍ ନମ୍ବର: ୧୨୨୩୧ (ହାଓ୍ଵଡା-ଜମ୍ମୁ ତାୱି)
ଟ୍ରେନ୍ ନମ୍ବର: ୧୪୬୦୯ (ଋଷିକେଶ-ଶ୍ରୀ ମାତା ବୈଷ୍ଣୋ ଦେବୀ କଟରା)