ଏନଏନଏସ୍: ଦେବଗଡ଼ ସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଝାଡେଶ୍ୱର ମନ୍ଦିରରେ ଶୋଇଥିବା ଅବସ୍ଥାରେ ଜଣେ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳ ଥାନା ଅନ୍ତର୍ଗତ ଦେଓଝରଣ ଗାଁର ବିଭୂତି ବେହେରା (୪୨)। ବିଭୂତି ଢେଙ୍କାନାଳ ଜିଲ୍ଲା ବାଲିମୀ ସ୍ଥିତ ପଠାଣୀ ସାମନ୍ତ ଡିପ୍ଲୋମା କଲେଜରେ ପିଅନ ଭାବେ କାର୍ୟ୍ୟ କରୁଥିଲେ। ଗତକାଲି ବାଲିମୀ ଥାନା ନୂଆଁ ଗ୍ରାମର ୫୦ ଜଣ ଯୁବକ ୨ଟି ଗାଡ଼ିରେ ଜଳାଭିଷେକ ପାଇଁ ଶ୍ରୀ ଝାଡ଼େଶ୍ୱର ମନ୍ଦିରକୁ ଆସିଥିଲେ। ସେମାନଙ୍କ ସହିତ ଜଳାଭିଷେକ ପାଇଁ ଶ୍ରୀ ଝାଡ଼େଶ୍ୱର ମନ୍ଦିରକୁ ବିଭୂତି ମଧ୍ୟ ଆସିଥିଲେ।