ଏନଏନଏସ୍: ବାହାନଗା ବଜାର ଷ୍ଟେସନ ମାଷ୍ଟରଙ୍କୁ ସିବିଆଇ ସମନ । ଭୁବନେଶ୍ୱର ଉଈଓ ଅଫିସରେ ହାଜର ପାଇଁ ସମନ କରାଯାଇଥିବା ସୂଚନା ମିଳିଛି । କରମଣ୍ଡଳ ଟ୍ରେନ ଦୁର୍ଘଟଣା ପୂର୍ବରୁ ସିଗ୍ନାଲ ଅବ୍ୟବସ୍ଥା ନେଇ ଷ୍ଟେସନ ମାଷ୍ଟର ଏସବି ମହାନ୍ତି ଅବଗତ ଥିଲେ । କିନ୍ତୁ ସେ ଏ ବାବଦରେ ସିଗନାଲ ଆଣ୍ଡ ଟେଲିଗ୍ରାଫ ଷ୍ଟାଫଙ୍କୁ ସୂଚନା ଦେଇନଥିଲେ । କମିଶନର ଅଫ ରେଲୱେ ସେଫ୍ଟିଙ୍କ ତଦନ୍ତ ରିପୋର୍ଟରେ ଏହା ଉଲ୍ଲେଖ ରହିଛି ।
ଅନ୍ୟପଟେ ଟ୍ରେନ ଟ୍ରାଜେଡି ମାମଲାରେ ଗିରଫ ୩ ରେଳବାଇ ଅଧିକାରୀଙ୍କୁ ମାରାଥନ ଜେରା କରୁଛନ୍ତି ସିବିଆଇ ଟିମ। ଆଗକୁ ଗିରଫଦାରୀ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି । ଷ୍ଟେସନ ମାଷ୍ଟର ସେମାନଙ୍କୁ ଅବଗତ କରାଇଥିଲେ କରମଣ୍ଡଳ ଟ୍ରେନ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଥାଆନ୍ତା । ବାହାନଗା ଟ୍ରେନ ଦୁର୍ଘଟଣା ନେଇ କମିଶନର ଅଫ୍ ରେଲେଓ୍ଵ ସେଫ୍ଟିଙ୍କ ତଦନ୍ତ ରିପୋର୍ଟରେ ଏହା ଉଲ୍ଲେଖ ରହିଛି ।