ଭୁବନେଶ୍ୱର(ଏନଏନଏସ୍): ସାମ୍ବାଦିକଙ୍କ ପାଇଁ ଲୋକାର୍ପିତ ହେଲା ସ୍ୱାସ୍ଥ୍ୟବୀମା ପୋର୍ଟାଲ । ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକାର୍ପଣ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ବୋଧନ ଦେଇଛନ୍ତି, ମୁଁ ସ୍ୱାସ୍ଥ୍ୟବୀମା ପୋର୍ଟାଲ ଉନ୍ମୋଚନ କରି ବହୁତ ଖୁସି ଅଛି । ସାମ୍ବାଦିକମାନେ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସାମ୍ବାଦିକମାନେ ଆବେଦନ କରିପାରିବେ। ରାଜ୍ୟ ବାହାରେ ଥିବା ଓଡ଼ିଆ ସାମ୍ବାଦିକ ମଧ୍ୟ ସ୍ୱାସ୍ଥ୍ୟବୀମା ପାଇଁ ଆବେଦନ କରିପାରିବେ। ସାମ୍ବାଦିକତା ସେବା ନୁହେଁ ଏକ ମିଶନ। ସଚେତନ ସମାଜ ଗଠନ ପାଇଁ ସାମ୍ବାଦିକମାନେ କାର୍ୟ୍ୟ ଜାରି ରଖନ୍ତୁ। ସରକାର ସମସ୍ତ ସହଯୋଗ ଯୋଗାଇଦେବେ।