ଭୁବନେଶ୍ୱର(ଏନଏନଏସ୍): ଦେଶରେ ପରିବା ଦର ବୃଦ୍ଧି ପାଉଥିବା ବେଳେ ଏବେ ଚାଉଳ ଦର ବୃଦ୍ଧିକୁ ନେଇ ଚିନ୍ତାରେ ଖାଉଟି । ଚାଉଳ ଦର ବୃଦ୍ଧି ପାଉଥିବାରୁ ଏହା ଖାଉଟିଙ୍କ ବୋଝକୁ ଦ୍ୱିଗୁଣିତ କରିଛି । ସୂଚନାଯୋଗ୍ୟ ଭାରତ ସମେତ ବିଶ୍ୱର ୬ଟି ଚାଉଳ ଉତ୍ପାଦନକାରୀ ଦେଶରେ ରେକର୍ଡ ଉତ୍ପାଦନ ହେବା ନେଇ ଅନୁମାନ କରିଛି ଆମେରିକାର କୃଷି ବିଭାଗ ।
ବିଶ୍ୱର ୬ ପ୍ରମୁଖ ଚାଉଳ ଉତ୍ପାଦନକାରୀ ଦେଶ ହେଉଛି ଭାରତ, ବାଂଲାଦେଶ, ଚୀନ, ଇଣ୍ଡୋନେସିଆ, ଥାଇଲାଣ୍ଡ ଓ ଭିଏତନାମ । ଉତ୍ପାଦନ ରେକର୍ଡ ହେବା ସତ୍ୱେ ଚାଉଳ ଦର ୧୧ ବର୍ଷରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଆଗକୁ ମଧ୍ୟ ଚାଉଳ ଦର ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି । ପ୍ରଭାବିତ ମୌସୁମୀ ଯୋଗୁଁ ଚାଉଳ ଦର ବୃଦ୍ଧି ପାଉଥିବା ଅନୁମାନ କରାଯାଉଛି ।