ଭୁବନେଶ୍ୱର(ଏନଏନଏସ୍): ଶୁଭାରମ୍ଭ ହେଲା ‘ଆମ ପୋଖରୀ’ ଯୋଜନା । ଲୋକସେବା ଭବନର କନଭେନସନ୍ ସେଣ୍ଟରରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଯୋଜନାର ମୁଖ୍ୟ ଉଦେଶ୍ୟ ହେଉଛି ସହରାଂଚଳରେ ଥିବା ସମସ୍ତ ଜଳାଶୟର ନବୀକରଣ ।
‘ଆମ ପୋଖରୀ’ ଯୋଜନାରେ ରାଜ୍ୟରେ ଥିବା ସମସ୍ତ ୧୧୫ଟି ପୌରାଞ୍ଚଳରେ ଥିବା ପ୍ରାୟ ଦୁଇ ହଜାର ବୃହତ ଜଳାଶୟର ନବୀକରଣ କରାଯିବ । ଏଥିସହ ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ପୋଖରୀର ଚାରିପଟେ ସୌନ୍ଦର୍ୟ୍ୟକରଣ କରାଯିବ। ମିଶନ ଶକ୍ତି ମହିଳାଙ୍କ ସହଭାଗିତାରେ ପ୍ରକଳ୍ପ ଗୁଡିକର ନବୀକରଣ ଏବଂ ରକ୍ଷଣାବେକ୍ଷଣ କରାଯିବ । ଏସବୁ ବ୍ୟତୀତ ପ୍ରାକୃତିକ ଉପାୟରେ ଉପକୂଳ ପରିବେଶ ଓ ସହରାଞ୍ଚଳରେ ପାରିପାର୍ଶ୍ୱିକ ସ୍ଥିତିରେ ପରିବର୍ତ୍ତନ କରାଯିବାର ଯୋଜନା ରହିଛି ।