ଏନଏନଏସ୍: ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରୁ ପୀଠକୁ ଯାତାୟତ ପାଇଁ କଂକ୍ରିଟ ସେତୁ ନିର୍ମାଣ କରାଯାଇଛି। ପୂଜା ପାଠ ପରେ ସର୍ବସାଧାରଣଙ୍କ ପାଇଁ ଖୋଲିଲା କଂକ୍ରିଟ ସେତୁ । ଯାହାଫଳରେ ପୀଠକୁ ଯିବା ଆସିବା ନେଇ ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଛି।
ପୂର୍ବ ସୂଚନା ଅନୁଯାୟୀ ଝୁଲା ପୋଲ ବିପଦସଙ୍କୁଳ ହେବାରୁ ପୀଠକୁ ଶ୍ରଦ୍ଧାଳୁଙ୍କ ଯାତାୟତ ଉପରେ ରୋକ୍ ଲଗାଯାଇଥିଲା। ଏହାପରେ ମହାନଦୀରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ ହୋଇଥିଲା। ସେହି ରାସ୍ତା ଦେଇ ଲୋକେ ପୀଠକୁ ଯାଉଥିଲେ। ହେଲେ ଅସ୍ଥାୟୀ ରାସ୍ତା ଧୋଇ ଯିବାରୁ ଗତ ନଭେମ୍ବର ୧ରୁ ଧବଳେଶ୍ୱର ପୀଠକୁ ଯାତୟତ ବନ୍ଦ ରହିଥିଲା। କିନ୍ତୁ ଏବେ କଂକ୍ରିଟ ସେତୁ ନିର୍ମାଣ ହେବାରୁ ଲୋକମାନେ ପୁଣି ଥରେ ଦର୍ଶନର ସୁବିଧା ପାଇପାରିବେ ।